Jr NTR: ଆହତ ହେଲେ ଜୁନିୟର ଏନଟିଆର, ଫ୍ୟାନ୍ସଙ୍କ ମଧ୍ୟରେ ବଢ଼ିଲା ଚିନ୍ତା

ପ୍ୟାନ୍ ଇଣ୍ଡିଆ ଅଭିନେତା ଜୁନିୟର ଏନଟିଆରଙ୍କ କାନ୍ଧରେ ଆଘାତ ଲାଗିଛି । ଡାକ୍ତରମାନେ ତାଙ୍କୁ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଦିନରେ ଏକ କାର୍ଯ୍ୟକଳାପ ସମୟରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା । ଏହି ଖବର ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଛନ୍ତି । ତେବେ ତାଙ୍କ ଟିମ୍ ବୟାନ ଜାରି କରି କହିଛି ଯେ, ଚିନ୍ତା କରିବାର କୌଣସି କାରଣ ନାହିଁ ।
ଜୁନିୟର ଏନଟିଆରଙ୍କ ଟିମ୍ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଆଜି ସନ୍ଧ୍ୟାରେ ଶ୍ରୀ ଏନଟିଆରଙ୍କ କାନ୍ଧରେ ଦୁର୍ଭାଗ୍ୟବଶତଃ ଆଘାତ ଲାଗିଛି । ସମ୍ପୂର୍ଣ୍ଣ ଡାକ୍ତରୀ ପରୀକ୍ଷା ପରେ ଡା. ଜେ. ମଧୁସୂଦନ ରାଓ ଓ ଡା. ଆର.ଏ. ପୂର୍ଣ୍ଣଚନ୍ଦ୍ର ତେଜସ୍ୱୀଙ୍କ ନେତୃତ୍ୱରେ ଥିବା ଡାକ୍ତରୀ ଟିମ୍ ତାଙ୍କୁ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି, ଯାହାଦ୍ୱାରା ସେ ସଂପୂର୍ଣ୍ଣ ସୁସ୍ଥ ହୋଇପାରିବେ। ଚିନ୍ତା କରିବାର କୌଣସି କାରଣ ନାହିଁ। ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଅପଡେଟ୍ ସମୟ ସମୟରେ ଜଣାଇ ଦିଆଯିବ । ସମସ୍ତଙ୍କ ଭଲପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ।
ଏହି ଖବର ପରେ ଜୁନିୟର ଏନଟିଆରଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ସୁସ୍ଥତା କାମନା କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ଶୀଘ୍ର ସୁସ୍ଥ ହୋଇଯାଅ ଅନ୍ନା, ଆପଣଙ୍କ ସ୍ୱାସ୍ଥ୍ୟ ହିଁ ସବୁଠାରୁ ଜରୁରୀ । ଅନ୍ୟ ଜଣେ ଲେଖିଛନ୍ତି, ଶୀଘ୍ର ଭଲ ହୋଇଯାଅ ଷ୍ଟାର, ନିଜର ଭଲ ଭାବେ ଯତ୍ନ ନିଅ।
ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମ ମଧ୍ୟରେ ଡ୍ରାଗନ ରହିଛି । ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସହ ଏହି ଫିଲ୍ମର କାମ ବହୁଦିନ ଧରି ଚାଲିଛି । ମେ ମାସରେ ଅଭିନେତାଙ୍କ ଜନ୍ମଦିନ ଅବସରରେ ଫିଲ୍ମର ପ୍ରଥମ ଝଲକ ଓ ଟାଇଟଲ୍ ଡ୍ରାଗନ ଜାରି କରାଯାଇଥିଲା । ସାଲାର’ ଓ ‘କେଜିଏଫ ପରି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସହ ଏହି ଫିଲ୍ମରେ ଜୁନିୟର ଏନଟିଆର ଜବରଦସ୍ତ ଆକ୍ସନ୍ ଅବତାରରେ ନଜର ଆସିବେ । ଫିଲ୍ମଟି ୧୧ ଜୁନ୍, ୨୦୨୭ରେ ରିଲିଜ୍ କରିବ।
ଏହାଛଡ଼ା, ଜୁନିୟର ଏନଟିଆର ୮ ବର୍ଷ ପରେ ନିର୍ଦ୍ଦେଶକ ତ୍ରିବିକ୍ରମ ଶ୍ରୀନିବାସଙ୍କ ସହ ପୁଣି ଥରେ କାମ କରିବେ । ଗତ ମାସରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା । ଯଦିଓ ଫିଲ୍ମ ସମ୍ପର୍କରେ ଅଧିକ ସୂଚନା ଦିଆଯାଇନଥିଲା, ପୋଷ୍ଟରରୁ ସୂଚନା ମିଳିଛି ଯେ ଏହା ଭଗବାନ କାର୍ତ୍ତିକେୟଙ୍କ କାହାଣୀ ଉପରେ ଆଧାରିତ ହୋଇପାରେ ।



