ମନୋରଞ୍ଜନ

୨୦୨୪ରେ ଏହି ସବୁ ଫିଲ୍ମ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ – Sahana Mela

[ad_1]


ମୁମ୍ବାଇ: ୨୦୨୪ରେ ଅନେକଗୁଡିଏ ଫିଲ୍ମ ରିଲିଜ ହେବାକୁ ଅଛି । ଭାରତୀୟ ଫିଲ୍ମ ମଧ୍ୟରେ କାହାକୁ ଦେଖିବା ପାଇଁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଆଇଏମଡିବି ତାର ସୂଚୀ ଜାରୀ କରିଛି । ଏହି ତାଲିକାରେ ଫାଇଟର ଶୀର୍ଷରେ ରହିଛି । ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରି ଏବଂ ପ୍ରଥମ ଏରିୟଲ ଆକ୍ସନ ଫିଲ୍ମ ପ୍ରତି ଉତ୍କଣ୍ଠା ରହିବା ସ୍ୱାଭାବିକ । ସେହିପରି ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ଦି ରୁଲ ୨ ଫିଲ୍ମ ଦ୍ୱିତୀୟ ସ୍ଥାନରେ ରହିଛି । ଆଇଏମଡିର ଗ୍ରାହକଙ୍କ ପସନ୍ଦକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି ।

ଅନ୍ୟ ଫିଲ୍ମଗୁଡିକ ହେଲା ୱେଲକମ ଟୁ ଦି ଜଙ୍ଗଲ, ସିଂଘମ ଏଗେନ, କଲ୍କି ୨୮୯୮ ଏଡି, ବାଘିରା, ହନୁମାନ, ବଡେ ମିୟାଁ ଛୋଟେ ମିୟାଁ, କଙ୍ଗୁୱା, ଦେୱରା ପାର୍ଟ ୧, ଛାଭା, ଗୁଂଟୁର କାରାମ, ମାଲାଇକୋଟାଇ ଭାଲିବାନ, ମେରୀ କ୍ରିଷ୍ଟମାସ, କ୍ୟାପଟେନ ମିଲର, ଥାଙ୍ଗାଲାନ, ଇଣ୍ଡିଆନ ୨, ଯୋଦ୍ଧା, ମେଁ ହୁଁ ଅଟଳ ଓ ଜିଗାରା । ଓଭରାଲ ୯ଟି ହିନ୍ଦୀ, ୫ ତେଲୁଗୁ, ୪ ତାମିଲ ଓ ଗୋଟିଏ ଲେଖାଁଏ କନ୍ନଡ ଏବଂ ମାଲାୟଲମ ଫିଲ୍ମ ରହିଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button