CJP Founder Abhijeet Dipke : ଦିଲ୍ଲୀ ପୋଲିସରେ ଲିଖିତ ଅଭିଯୋଗ, ଅଭିଜିତ୍ ଦୀପକେକୁ ତୁରନ୍ତ ଗିରଫ କରିବାକୁ ଦାବି

CJP ମୁଖ୍ୟ ଅଭିଜିତ ଦୀପକେ ବିରୋଧରେ ଦିଲ୍ଲୀ ପୋଲିସରେ ଲିଖିତ ଅଭିଯୋଗ । ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଫୈଜାନ୍ ଅନସାରୀ CJP ମୁଖ୍ୟ ଅଭିଜିତ୍ ଦୀପକେଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ଫୈଜାନ୍ ଅନସାରୀ ଅଭିଯୋଗରେ କହିଛନ୍ତି ଯେ, ପୁଣେ ଏବଂ ଔରଙ୍ଗାବାଦରେ ଦୀପକେଙ୍କ ସମର୍ଥକମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଆଉ ପୋଲିସ ମାମଲା ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଜିତ୍ ଦୀପକେଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।
ଫୈଜାନ କହିଛନ୍ତି, ଦିଲ୍ଲୀ ପୋଲିସ ଡିସିପିଙ୍କୁ ଅଭିଜିତ ଦୀପକେଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲା । ମୋ ପାଖରେ ପ୍ରମାଣ ରହିଛି, ଅଭିଜିତ ଦୀପକେଙ୍କ ଲୋକ ମୋ ଉପରେ ଆକ୍ରମଣ କରିଥିଲେ । ପୁଣେ ଏବଂ ଔରଙ୍ଗାବାଦରେ ମୋ ଉପରେ ଆକ୍ରମଣ କରାଯାଇଥିଲା । ଏହି ଘଟଣାଗୁଡ଼ିକ ସହିତ ଜଡିତ ଦୁଇଟି ମାମଲା ପୂର୍ବରୁ ପଞ୍ଜିକୃତ ହୋଇଛି ବୋଲି ଫୈଜାନ୍ କହିଛନ୍ତି । ମୁଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ପୋଲିସକୁ ପ୍ରଶଂସା କରୁଛି ଯେ, ସେମାନେ ସୋନମ ୱାଙ୍ଗଚୁକଙ୍କୁ ସଠିକ୍ ସମୟରେ ଅଟକ ରଖିଥିଲେ, ନଚେତ ଦିଲ୍ଲୀର ପରିସ୍ଥିତି ଖରାପ ହୋଇଯାଇଥାନ୍ତା । ଅଭିଜିତ୍ ନିଜ ସ୍ୱାର୍ଥ ପାଇଁ ସବୁକିଛି କରୁଥିବା ସେ ଅଭିଯୋଗ କରିଛନ୍ତି । ଆଉ ତୁରନ୍ତ ଅଭିଜିତଙ୍କ ଗିରଫ କରିବାକୁ ଦାବି କରିଛନ୍ତି ।
ଅପରପକ୍ଷରେ ଅଭିଜିତ୍ କହିଛନ୍ତି ଯେ, ତାଙ୍କ ସଂଗଠନ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମାଲୋଚନା କିମ୍ବା ପକ୍ଷ ରଖିବା ପାଇଁ କାମ କରେ ନାହିଁ । ଯଦି କୌଣସି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଛାତ୍ରମାନେ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ତାଙ୍କ ସଂଗଠନ କ୍ଷମତାରେ ଥିବା ଯେକୌଣସି ଦଳ ବିରୋଧରେ ସ୍ୱର ଉଠାଇବ ।




