ରାଜ୍ୟ

ଛେଳି ଚୋରକୁ ନିର୍ଦ୍ଧୁମ ମାଡ଼, ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ପୋଲିସ ଜିମା ଦେଲେ ଗ୍ରାମବାସୀ

ଛେଳି ଚୋରକୁ ନିର୍ଦ୍ଧୁମ ମାଡ଼ । ବିଦ୍ୟୁତ ଖୁଣ୍ଟି ରେ ବାନ୍ଧି ମାଡ ମାରିଲେ ଗ୍ରାମବାସୀ । ପରେ ପୋଲିସର ଜିମା ଦେଲେ। କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରି ପଞ୍ଚାୟତର ବୋତଲମା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଭୋର୍ ସମୟରେ ବୋତଲମା ଗାଁର ଗୁଣ୍ଡିଚା ଦଳେଇଙ୍କ ଛେଳି ଗୁହାଳକୁ ଚୋରି କରିବାକୁ ଆସିଥିଲେ ଦୁବୃର୍ତ୍ତ। ଚୋରି କରୁଥିବା ସମୟରେ କାବୁ କରିଥିଲେ ସ୍ଥାନୀୟ ଲୋକ। ପରେ ଛେଳି ଚୋରକୁ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ପୋଲିସର ଜିମା ଦେଇଥିଲେ। ଅଭିଯୁକ୍ତକୁ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ ।

ଖବର ପାଇ ବାଙ୍କୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇଥିଲା। ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ତେବେ ଚୋରି ଅଭିଯୋଗରେ ଆଇନକୁ ହାତକୁ ନେଇ ମାଡ଼ ମାରିବା ଘଟଣାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ପୋଲିସ ଘଟଣାର ସମସ୍ତ ଦିଗକୁ ଯାଞ୍ଚ କରିବା ସହ ଆଇନ ଅନୁଯାୟୀ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି।

 

Leave a Reply

Your email address will not be published. Required fields are marked *

Back to top button