ମନୋରଞ୍ଜନ

ଦେଶ ବିଦେଶ ସବୁଠି ବିଜୟଙ୍କ ‘ଜନ ନାୟଗନ୍’ର କ୍ରେଜ୍

ଥାଲାପତି ବିଜୟଙ୍କ ସର୍ବଶେଷ ଫିଲ୍ମ ‘ଜନ ନାୟଗନ୍’ ତାର ଜୟଯାତ୍ରା ଜାରି ରଖିଛି । ଦୀର୍ଘ ପ୍ରତୀକ୍ଷାର ଅନ୍ତ ପରେ ସିନେମା ହଲରେ ବେଶ୍ ଭଲ ପ୍ରଦର୍ଶନ କରୁଛି । ଯାହା ପ୍ରଶଂସକଙ୍କ ଉତ୍ସାହ ବଢ଼ାଇଛି। ପୂର୍ବ ଦିନ ତୁଳନାରେ କଲେକସନ୍ ବୃଦ୍ଧି ପାଇଛି। ‘ଜନ ନାୟଗନ୍’ ୧୧ ଦିନରେ ୪,୩୨୧ଟି ସୋ’ ମାଧ୍ୟମରେ ଭାରତରେ ମୋଟ  କୋଟି ୭୦ ଲକ୍ଷ ଟଙ୍କାର ନେଟ୍ ସଂଗ୍ରହ କରିଛି।

ତେବେ ଭାରତରେ ଏହା ୨୦୪ କୋଟି ୯୨ ଲକ୍ଷ ଟଙ୍କା ରୋଜଗାର କରି ସାରିଲାଣି । ଆଉ ବିଦେଶରେ ୯୧ କୋଟି ଆୟ କରିଛି । ମୋଟ୍ ୨୯୫.୯୨ କୋଟି ଟଙ୍କା ଆୟ କରିଛି ଏହି ଫିଲ୍ମ ।

ଆଜି ୧୨ ଦିନରେ ଏପର୍ଯ୍ୟନ୍ତ କୋଟିଏ ୯୪ ଲକ୍ଷ ଟଙ୍କା ଆୟ କରିଛି ଏହି ଫିଲ୍ମ । ଥାଲାପତି ବିଜୟ ଏବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ । ନିଜର ନିଷ୍ପତ୍ତିଗୁଡ଼ିକ ଯୋଗୁଁ ବେଶ୍ ଲୋକପ୍ରିୟ ହୋଇଛନ୍ତି ବିଜୟ । ବିଶେଷ କରି ଯୁବପିଢ଼ି ତାଙ୍କୁ ଖୁବ୍ ପସନ୍ଦ କରୁଛନ୍ତି । ଦକ୍ଷିଣର ସୁପର ଷ୍ଟାର ବିଜୟଙ୍କ ଜନ ନାୟଗନ ଦେଖିବାକୁ ଏବେବି ଦର୍ଶକଙ୍କ ଭିତରେ କ୍ରେଜ୍ ରହିଛି ତେବେ ୨୦୦ କୋଟି ପାର୍ କଲା ପରେ ଟିକେ ଧିମେଇ ଯାଇଛି ।

Leave a Reply

Your email address will not be published. Required fields are marked *

Back to top button