ସୁଟିଂ ସେଟ୍ରେ ନାକଫୁଲ ଗିଳିଦେଲେ ଶେହନାଜ ଗିଲ୍ !

ବଲିଉଡ୍ ଏବଂ ଟିଭି ଅଭିନେତ୍ରୀ ଶେହନାଜ ଗିଲଙ୍କୁ କିଏ ନ ଜାଣେ ? ତାଙ୍କର ସୁନ୍ଦରତା ଏବଂ ପ୍ରତିଭା ପାଇଁ ସେ ବେଶ ଜଣାଶୁଣା । ତାଙ୍କ ଫିଟନେସରେ ପରିବର୍ତ୍ତନ ମଧ୍ୟ ଲୋକଙ୍କ ପାଇଁ ଏକ ପ୍ରେରଣାଠାରୁ କମ୍ ନୁହେଁ । ତେବେ ଶେହନାଜ ଗିଲ ଇଣ୍ଡଷ୍ଟ୍ରୀରେ ଏତେ ଭଲ ସ୍ଥାନ ହାସଲ କରିଛନ୍ତି ଯେ, ଆଜି ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଅଭିନେତ୍ରୀ ଶେହନାଜ ଗିଲ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି କେତେବେଳେ ତାଙ୍କ ଚୁଲ୍ବୁଲି ଷ୍ଟାଇଲ ପାଇଁ ତ, କେତେବେଳେ ତାଙ୍କ ନୂଆ ଲୁକ ପାଇଁ । ଏବେ ପୁଣି ସେ ଚର୍ଚ୍ଚାରେ କିନ୍ତୁ ଅନ୍ୟ ଏକ କାରଣ ପାଇଁ । ତେବେ ଆସନ୍ତୁ ଜାଣିବା ଘଟଣା କଣ ?
ପାଟି ଭିତରରେ ପଶିଗଲା ନାକଫୁଲ !
ଦୌଡ଼ୁଥିଲେ ଶେହନାଜ… ହଠାତ୍ ପାଟି ଭିତରରେ ପଶିଗଲା ନାକଫୁଲ ! ଆଉ ତା’ପରେ ଯାହା ଘଟିଲା, ଦେଖି ସମସ୍ତେ ହୋଇଗଲେ ଚକିତ । ସୁଟିଂ ସେଟ୍ରେ ଘଟିଲା ଶେହନାଜ ଗିଲ୍ଙ୍କ ସହ ଏକ ଅଜବ ଘଟଣା । ଯାହା ସୂଚନା ମିଳିଛି ସୁଟିଂ ସମୟରେ ଶେହନାଜ ଦୌଡ଼ୁଥିବା ବେଳେ, ହଠାତ୍ ସେ ନାକରେ ପିନ୍ଧିଥିବା ନାକଫୁଲ ଖସି ସିଧା ତାଙ୍କ ପାଟି ଭିତରେ ପଡିଯାଇଥିଲା । ସେଇ ମୁହୂର୍ତ୍ତରେ ଲାଗିଲା କି ଶେହନାଜ ନାକଫୁଲଟି ଗିଳିଦେଲେ ବୋଲି ।
ଘଟଣା ପରେ ଶେହନାଜ କାଶୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ସେଟ୍ରେ ଥିବା ସହ-ଅଭିନେତା ସୌରଭ ସଚଦେବା ତୁରନ୍ତ ତାଙ୍କ ପାଖକୁ ଆସି ପିଠିରେ ହାତ ମାରି ତାଙ୍କୁ ସାହାଯ୍ୟ କରିଥିଲେ । ପରେ ଶେହନାଜ ନିଜକୁ ଆୟତ କରିଥିଲେ । ତେବେ ଏହି ଘଟଣାର ବିହାଇଣ୍ଡ-ଦ-ସିନ୍ସ ଭିଡିଓ ସେୟାର କରି ସେ ନିଜେ କହିଛନ୍ତି ଯେ, ଅନେକ ଦିନ ଧରି ଫ୍ୟାନ୍ସ ତାଙ୍କୁ ଏହି ‘ନଥନୀ ମୋମେଣ୍ଟ’ ଭିଡିଓ ସେୟାର କରିବାକୁ କହୁଥିଲେ । ତେବେ ଶେହନାଜଙ୍କ ସହ ଘଟିଥିବା ଏହି ଘଟଣା ଦେଖି ଫ୍ୟାନ୍ସ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି ।




