ରାଜ୍ୟ

Cabinet meeting: ଆଜି ରାଜ୍ୟ କ୍ୟାବିନେଟ୍‌: ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଉପରେ ବାଜିପାରେ ମୋହର !

ଆଜି ବସିବ ରାଜ୍ୟ କ୍ୟାବିନେଟ । ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ୯ରୁ ଅଧିକ ପ୍ରସ୍ତାବରେ ବାଜିପାରେ ମୋହର । ସୂଚନା ଅନୁଯାୟୀ, ରାଜସ୍ବ,ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ଜଳସମ୍ପଦ, ପଞ୍ଚାୟତିରାଜ ଓ ଶିକ୍ଷା, ସ୍ବାସ୍ଥ୍ୟ ବିଭାଗ ଭଳି ବିଭିନ୍ନ ବିଭାଗର ପ୍ରସ୍ତାବ ଉପସ୍ଥାପନ ହେବାର ରହିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବିଭାଗରେ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିବା ସହ ପ୍ରତ୍ୟେକ ଜିଲାପାଳଙ୍କୁ ୨୫ଟି ଲେଖାଏଁ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ସରକାରଙ୍କ ପକ୍ଷରୁ ବିଶେଷ କରି କୃଷକଙ୍କ ବିକାଶକୁ ଦୃଷ୍ଟିରେ ରଖି ଇନ୍‌ପୁଟ ସବ୍‌ସିଡି ପ୍ରଦାନ, ମହିଳା ସଶକ୍ତୀକରଣ ଲାଗି ସୁଭଦ୍ରା’ ଯୋଜନା ଲାଗୁ, ଶିକ୍ଷାକୁ ସାର୍ବନଜୀନ କରିବା ସହ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଲାଗି ଗୁରୁତ୍ୱ ଦିଆଯାଉଛି ।

Leave a Reply

Your email address will not be published. Required fields are marked *

Back to top button