ଖେଳ ଖବର

Taskin Ahmed Celebration : ବାଂଲାଦେଶୀ ବୋଲରଙ୍କ ଅଦ୍ଭୁତ ସେଲିବ୍ରେସନ, ୱିକେଟ ନେବା ପରେ କଲେ ନାଗିନ୍ ଡ୍ୟାନ୍ସ

ଅଷ୍ଟ୍ରେଲିଆ ବନାମ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡର୍ବାନରେ ଖେଳାଯାଉଛି । ମ୍ୟାଚର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଚୟନ କରିଥିଲା, କିନ୍ତୁ ଏହି ନିଷ୍ପତ୍ତି ଅଷ୍ଟ୍ରେଲିଆ ପାଇଁ ମହଙ୍ଗା ପଡ଼ିଛି । ବାଂଲାଦେଶର ବଢିଆ ବୋଲିଂ ସାମ୍ନାରେ ଅଷ୍ଟ୍ରେଲିଆ ୧୯୮ କରି ଅଲଆଉଟ୍ ହୋଇଛି । ଷ୍ଟିଭ ସ୍ମିଥ ଗୋଟେ ପଟେ ଠିଆ ହୋଇଥିବା ବେଳେ ଅନ୍ୟପଟେ କେହି ସାଥ ଦେଇନଥିଲେ । ବାଂଲାଦେଶର ଦ୍ରୁତ ବୋଲର ତସ୍କିନ ଅହମଦଙ୍କ ଅଦ୍ଭୁତ ସେଲିବ୍ରେସନ ଦେଖି ଫ୍ୟାନ୍ସ ଖୁସି ହୋଇଛନ୍ତି ।

ଅଷ୍ଟ୍ରେଲିଆ ବ୍ୟାଟିଂର ୨୨ ଓଭରରେ କ୍ୟାମରନ ଗ୍ରୀନଙ୍କ ୱିକେଟ ନେବା ପରେ ତସ୍କିନ ଅହମଦ ଅଦ୍ଭୁତ ସେଲିବ୍ରେସନ କରିଥିଲେ । ଓଭରର ଶେଷ ବଲରେ ଗ୍ରୀନ ଲେଗ୍ ସାଇଡ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ବଲ୍ ସଠିକ୍ ଭାବେ ନ ଆସି ମଇଡ୍ ୱିକେଟକୁ ଯାଇଥିଲା । ଯାହାକୁ କ୍ୟାଚ୍ ଧରିଥିଲେ ମୁଶିଫକୁର ରହିମ ।

ଗ୍ରୀନ ଆଉଟ୍ ହେବା ପରେ ତସ୍କିନ ଭିନ୍ନ ଅନ୍ଦାଜରେ ସେଲିବ୍ରେସନ କରିଥିଲେ । ଜିଭକୁ ବାହାର କରି କିଛି ସମୟ ପାଇଁ ଡ୍ୟାନ୍ସ କରୁଛନ୍ତି । ସାଥୀ ଖେଳାଳି ମୁଶଫିକୁରଙ୍କ ନିକଟକୁ ସେଲିବ୍ରେସନ କରିବାକୁ ପହଞ୍ଚିଥିଲେ । ତସ୍କିନଙ୍କ ଅନ୍ଦାଜ କ୍ୟାମେରାରେ କଏଦ ହୋଇଥିଲା । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କେମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ବିନା କୌଣସି ୱିକେଟ ହରାଇ ଅଷ୍ଟ୍ରେଲିଆ ୪୫ ରନ କରିଥିଲା । କିନ୍ତୁ ଏହାପରେ ବାଂଲାଦେଶ ମ୍ୟାଚକୁ ଫେରିଥିଲା । ସ୍ମିଥଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଅନ୍ୟ କୌଣସି ଖେଳାଳି ୨୫ ରନ ମଧ୍ୟ ପାର୍ କରିନାହାନ୍ତି । ତସ୍କିନ ଅହମଦ ୨ଟି ୱିକେଟ ନେଇଥିବା ବେଳେ ହସନ ମହମୁଦ ୪ଟି ୱିକେଟ ନେଇଛନ୍ତି ।

Leave a Reply

Your email address will not be published. Required fields are marked *

Back to top button