ଅପରାଧ

ଛାତ୍ରଙ୍କ ମାଡ଼ରେ ଚାଲିଗଲା ଅଧ୍ୟାପକଙ୍କ ଜୀବନ, ଦୀର୍ଘ ୮ ମାସ ଧରି ଚାଲିଥିଲା ଚିକିତ୍ସା – Sahana Mela

[ad_1]


ଝାରସୁଗୁଡ଼ା: ସମ୍ବଲପୁରରେ କଲେଜ ଛାତ୍ର ମାଡ଼ରେ ଗୁରୁତର ଅଧ୍ଯାପକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଦୀର୍ଘ ଆଠ ମାସ ଧରି ତାଙ୍କର ବୁର୍ଲାରେ ତାଙ୍କର ଚିକିତ୍ସା ଚାଲିଥିଲା। ଶେଷରେ ସେ ଜୀବନ ଯୁଦ୍ଧରେ ହାରିଗଲେ ଅଧ୍ୟାପକ। ଫେବୃଆରୀ ୨୨ ତାରିଖରେ ଝାରସୁଗୁଡ଼ା ଜିଲ୍ଲାରେ ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର ହୋଇଥିଲେ। ମୃତ ଅଧ୍ଯାପକ ଜଣକ ହେଲେ ଝାରସୁଗୁଡା ଏଚ. କଟାପାଲି କଲେଜର ଅମିତ କୁମାର ବାରିକ।

ସୂଚନା ଅନୁସାରେ, ଗତ ଫେବ୍ରୁଆରୀରେ ଝାରସୁଗୁଡ଼ା ଜିଲ୍ଲା କଟାପାଲି ସ୍ଥିତ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଜଣେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ରାଜେଶ ସହିସକୁ ସକାଳେ ଶ୍ରେଣୀକୁ ବିଳମ୍ବରେ ଆସିଥିବାରୁ ଅଧ୍ୟାପକ ତାଗିଦ କରିଥିଲେ। ଏହାକୁ ନେଇ ଖୁବ ବଚସା ମଧ୍ୟ ହୋଇଥିଲା। ଫଳରେ ଛାତ୍ରଜଣକ ରାଗି ଯାଇ ଅଧ୍ୟାପକ ଉପରକୁ ଆକ୍ରମଣ କରିଥିଲେ। ଅଧ୍ୟାପକଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ ଛାତ୍ର।

ଏହାପରେ ଗୁରୁତର ଅବସ୍ଥାରେ ଅଧ୍ୟାପକ ଅମିତ ବାରିକଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଘଟଣାରେ ଅଭିଯୁକ୍ତ ଛାତ୍ର ରାଜେଶକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।



[ad_2]

Leave a Reply

Your email address will not be published. Required fields are marked *

Back to top button