ରାଜନୀତି

ଏମପିରେ ହେମାମାଳିନୀଙ୍କୁ ନଚାଇ ଫସିଗଲେ ଗୃହମନ୍ତ୍ରୀ ! – Sahana Mela

[ad_1]

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପିର ପିଛା ଛାଡ଼ୁନି ବିବାଦ। ଦଳର ପ୍ରାର୍ଥୀ ଘୋଷଣା ପରେ ଦଳୀୟ ନେତାଙ୍କ ଭିତରେ ବିଦ୍ରୋହ ଏବେ ବି ଜାରି ରହିଛି। ଏ ଭିତରେ ପ୍ରଚାର ବେଳେ ଏମପିର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କର ଏକ ମନ୍ତବ୍ୟକୁ ନେଇ ବଡ଼ ବିବାଦ ଛିଡା ହୋଇଛି।

ପୂର୍ବରୁ ଜଣେ ଆଦିବାସୀଙ୍କ ଉପରେ ପରିସ୍ରା ଘଟଣାକୁ ନେଇ ବିଜେପି ବିବାଦରେ ଫସିଥିବାବେଳେ ଏବେ ନରୋତ୍ତମ ମିଶ୍ରାଙ୍କ ବିବାଦୀୟ ବୟାନ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଦତୀୟାରୁ ବିଜେପିର ପ୍ରାର୍ଥୀ ହୋଇଥିବା ନରୋତ୍ତମ ମିଶ୍ରା ଏକ ସଭାକୁ ଉଦବୋଧନ ଦେବାବେଳେ ନିଜ ସମୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଭାଷଣ ଦେଉଥିଲେ।

ଏହି ସଭାରେ ସେ ନିଜର ସଫଳତା ସମ୍ପର୍କରେ କହିଥିବା ସମୟରେ ଉଦାହରଣ ଦେଇ କହିଥିଲେ କି ସେ ଦତୀୟାରେ ହେମାମାଳିନୀଙ୍କୁ ମଧ୍ୟ ନଚେଇ ଦେଇଛନ୍ତି। ଯାହାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଛି।

ନରୋତ୍ତମ ମିଶ୍ରାଙ୍କ ଏହି ବିବାଦୀୟ ବୟାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ବିରୋଧୀ ତାଙ୍କୁ ଘେରିଛନ୍ତି। ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିବା ଅବସରରେ ସେ କହିଥିଲେ କି ଯେବେଠୁ ସେ ଦତିୟା ଆସିଛନ୍ତି ସେବେଠୁ ସବୁ ପ୍ରକାର ବିକାଶ ହୋଇଛି।

ବହୁ ଧାର୍ମିକ କାର୍ଯ୍ୟକ୍ରମ ହୋଇଛି, ଯେଉଁଠି ଟ୍ୟାଙ୍କର ଲାଗୁଥିଲା ସେଠି ଫିଲଟର ଲାଗିଛି, ବାଇପାସ ରାସ୍ତା ହେଲା, ରିଙ୍ଗ ରୋଡ଼ ହେଲା, ହସ୍ପିଟାଲ ଓ ମେଡିକାଲ କଲେଜ କରାଯାଇଛି।

ଏହା କହୁ କହୁ ସେ ସାଂସ୍କୃତିକ କାର୍ଯ୍ୟକ୍ରମଠୁ ଆରମ୍ଭ କରି ଦତିୟାରେ ହେମାମାଳିନୀଙ୍କୁ ମଧ୍ୟ ନଚେଇ ଦେଇଥିବା କହିଥିଲେ। ହେମାମାଳିନୀ ଜଣେ ଲୋକପ୍ରିୟ ଅଭିନେତ୍ରୀ ହୋଇଥିବା ବେଳେ ଖୋଦ ତାଙ୍କ ଦଳର ଜଣେ ସାଂସଦ ମଧ୍ୟ ଅଛନ୍ତି।

ତେଣୁ ଏହାକୁ ନେଇ ବଡ଼ ବିବାଦ ଛିଡା ହୋଇଛି। ପୂର୍ବରୁ ଆଦିବାସୀ ବ୍ୟକ୍ତିଙ୍କ ଉପରେ ପରିସ୍ରା ପ୍ରସଙ୍ଗକୁ ବିରୋଧି ଏକ ପ୍ରମୁଖ ଅସ୍ତ୍ର କରି ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଥିବା ବେଳେ ଏବେ ଖୋଦ ନିଜ ଦଳର ସାଂସଦ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ମନ୍ତବ୍ୟକୁ ବିରୋଧୀ ଅସ୍ତ୍ର କରିବା ଆରମ୍ଭ କରିଛନ୍ତି।

ଏମପିରେ ମହିଳା ଓ ଆଦିବାସୀ ବର୍ଗଙ୍କର ନିର୍ବାଚନରେ ଭାଗିଦାରୀ ଅଧିକ ଥିବାବେଳେ ଉଭୟ ବର୍ଗଙ୍କ ପ୍ରତି ବିଜେପିର ଅସମ୍ମାନକୁ ଅସ୍ତ୍ର କରି ବିରୋଧୀ ଜୋରଦାର ପ୍ରଚାର ପ୍ରସାର କରୁଛନ୍ତି। ଯାହାକୁ ନେଇ ଏମପି ରାଜନୀତି ବେଶ ସରଗରମ ହୋଇଛି।

[ad_2]

Leave a Reply

Your email address will not be published. Required fields are marked *

Back to top button