ରାଜନୀତି

ରିଲିଜ ହେଲା ଭାରତ ଯୋଡୋ ନ୍ୟାୟ ଯାତ୍ରାର ଲୋଗୋ – Sahana Mela

[ad_1]


ନୂଆଦିଲ୍ଲୀ: ଜାନୁଆରି ୧୪ ତାରିଖରେ ରାହୁଲ ଗାନ୍ଧୀ ‘ଭାରତ ନ୍ୟାୟ ଯାତ୍ରା’ ନାମରେ ନିଜର ଦ୍ୱିତୀୟ ରାଜନୈତିକ ଯାତ୍ରା ଆରମ୍ଭ କରିବେ। ରାହୁଲ ଗାନ୍ଧୀଙ୍କ ଏହି ‘ଭାରତ ନ୍ୟାୟ ଯାତ୍ରା’ ଜାନୁଆରି ୧୪ ତାରିଖରେ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ । ଏହାରି ଭିତରେ ଆଜି କଂଗ୍ରେସ ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଲୋଗୋ ଲଞ୍ଚ କରିଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଲୋଗୋ ଲଞ୍ଚ କରିଛନ୍ତି ।

ଗୋଟିଏ ଭାଗରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ଲେଖାଯାଇଛି ଯାହା ତ୍ରିରଙ୍ଗା ରଙ୍ଗରେ ସଜାଯାଇଛି ସେହିପରି ଆଉ ଏକ ଭାଗରେ ନୀଳ ରଙ୍ଗରେ ‘ନ୍ୟାର ଅଧିକାର’ ଏହା ସହ କଳା ରଙ୍ଗରେ ମିଳିବା ପର୍ଯ୍ୟନ୍ତ ଲେଖାଯାଇଛି । କଂଗ୍ରେସ ଏହାର ଅଫିସିଆଲ ଏକ୍ସ ଆକାଉଣ୍ଟରେ ଟୁଇଟ୍‌ କରି ଏହାର ଉନ୍ମୋଚନ ସମ୍ପର୍କରେ ସୂଚନା ଦେଇଛି। ଦଳ ଲେଖିଛି, ଆଜି କଂଗ୍ରେସ ଅଧ୍ୟକ୍ଷ ଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଲୋଗୋ ଉନ୍ମୋଚନ କରିଛନ୍ତି। ତେବେ ଲୋଗୋ ଉନ୍ମୋଚନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଏହି ଯାତ୍ରା ଜାନୁଆରୀ ୧୪ ରୁ ଆରମ୍ଭ ହେବ। ଦେଶର ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ମୌଳିକ ପ୍ରସଙ୍ଗରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବାହାରିବ।

ସୂଚନାଯୋଗ୍ୟ ଯେ, ଗତ ଥର ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ ଯାତ୍ରା’ ଦକ୍ଷିଣରୁ ଉତ୍ତରକୁ ଯାଇଥିଲା | କିନ୍ତୁ ଏଥରର ‘ଭାରତ ନ୍ୟାୟ ଯାତ୍ରା’ ପୂର୍ବରୁ ପଶ୍ଚିମକୁ ଯିବ | ଗତ ଥର ପରି ଏଥର ମଧ୍ୟ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ନିଆଯିବ । ଆଜି କଂଗ୍ରେସ ଏହି ଯାତ୍ରାର ଲୋଗୋ ଲଞ୍ଚ କରିଛି । ଶନିବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଲୋଗୋ ଲଞ୍ଚ କରିଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button