ଦେଶ- ବିଦେଶ
ପାରା ଏସୀୟ କ୍ରୀଡାରେ ନିତେଶ କୁମାରଙ୍କୁ ହରାଇ ସ୍ବର୍ଣ୍ଣ ଜିତିଲେ ପ୍ରମୋଦ ଭଗତ – Sahana Mela

[ad_1]
ନୂଆଦିଲ୍ଲୀ : ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣ । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ନିତେଶ କୁମାରଙ୍କ ହରାଇ ସେ ସ୍ବର୍ଣ୍ଣ ଜିତିଛନ୍ତି । ପ୍ରମୋଦ ଫାଇନାଲରେ ୨୨-୨୦, ୧୮-୨୧ , ୨୧-୧୯ରେ ଜିତିଛନ୍ତି । ୨୦୧୦ରେ ଏକକ ଓ ଯୁଗଳରେ ଭାଗ ନେଇଥିଲେ ମଧ୍ୟ କୌଣସି ସଫଳତା ତାଙ୍କୁ ମିଳିନଥିଲା । ୨୦୧୪ରେ ଏକକ ଓ ଯୁଗଳରେ ଭାଗ ନେଇଥିଲେ ।
କିନ୍ତୁ କେବଳ ଏକକରେ କାଂସ୍ୟ ପଦକ ହାସଲ କରିଥିଲେ । ୨୦୧୮ ପାରା ଏସୀୟ କ୍ରୀଡାରେ କିନ୍ତୁ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ୨୦୨୨ରେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳରେ ଭାଗ ନେଇଛନ୍ତି । ଏବଂ ମିଶ୍ରିତ ଯୁଗଳରେ କାଂସ୍ୟ, ଯୁଗଳରେ କାଂସ୍ୟ ଓ ଏକକରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ।
[ad_2]