ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଜୁରାତି: ପ୍ରତିଦିନ ଖାଆନ୍ତୁ ମିଳିବ ଏସବୁ ରୋଗରୁ ମୁକ୍ତି…. – Sahana Mela

[ad_1]

ନୂଆଦିଲ୍ଲୀ : ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଗୁଜୁରାତି ଉପଲବ୍ଧ ରହିଥାଏ  । ଅନେକ ଲୋକ ଖାଦ୍ୟରେ ଗୁଜୁରାତିକୁ ସାମିଲ କରନ୍ତି  । କିନ୍ତୁ ଜାଣିଛନ୍ତି ଏହା ଆମ ଶରୀର ପାଇଁ କେତେ ଉପକାରୀ । ଆସନ୍ତୁ ଜାଣିବା ଗୁଜୁରାତିର ଉପକାରିତା । ଯଦି ଆପଣଙ୍କୁ ବାରମ୍ବାର ବ୍ୟସ୍ତ ଲାଗିବା ଭଳି ଅନୁଭବ ହୋଇଥାଏ । ତେବେ ଆପଣ ନିୟମିତ ୨ରୁ ୩ ଥର ଗୁଜୁରାତି ନିଶ୍ଚୟ ଖାଆନ୍ତୁ।

ଏପରି କରିବା ଦ୍ୱାରା ରକ୍ତ ଚାପ ସଠିକ ରହିବା ସହ ବ୍ୟସ୍ତତା ଅନୁଭବ ହୋଇନଥାଏ। ଗୁଜୁରାତି ଖାଇବା ଦ୍ୱାରା ପାଚନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ନିୟମିତ ସକାଳେ ଗୁଜୁରାତିକୁ ସିଝାଇ ଏହାର ପାଣି ପିଇଲେ ପାଚନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ଗୁଜୁରାତିରେ ଆଣ୍ଟି ଅକ୍ସିଡ଼ାଣ୍ଟ ରହିଛି। ମଧୁମେହ ରୋଗୀଙ୍କ ପାଇଁ  ଗୁଜୁରାତି ବେଶ ଉପକାରୀ। ମଧୁମେହ ରୋଗୀମାନେ ଚାହା ପିଉଥିଲେ  ।

ସେଥିରେ ଗୁଜୁରାତି ପକାଇଲେ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ହୋଇ ରହିଥାଏ। ଯଦି ଆପଣଙ୍କୁ କାଶ, ଥଣ୍ଡା ଲାଗି ରହୁଥାଏ। ନିୟମିତ ରାତିରେ କିଛି ଗୁଜୁରାତି ଖାଇ ପାଣି ପିଅନ୍ତୁ। ଏହା ଦ୍ୱାରା ଖୁବ ଲାଭ ମିଳିଥାଏ। ଖାଦ୍ୟରେ ଗୁଜୁରାତି ବ୍ୟବହାର କରିବା ଦ୍ୱାରା ଓଜନ ହ୍ରାସ ମଧ୍ୟ ହୋଇଥାଏ।

[ad_2]

Leave a Reply

Your email address will not be published. Required fields are marked *

Back to top button