ରାଜ୍ୟ

ଧଳା ଜହର ଜବତ – Sahana Mela

[ad_1]

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଧଳା ଜହର ଜବତ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ମାଛିଆ ସ୍ଥିତ ପରିବା ମାର୍କେଟ ନିକଟରୁ ବ୍ରାଉନ ସୁଗାର ବିକ୍ରି କରୁଥିବା ଅବସ୍ଥାରେ ବିପୁଳ ପରିମାଣର ବ୍ରାଉନ ସୁଗାର ସହ ଜଣେ ଯୁବକ କୁ ଗିରଫ କଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ। ସଦାନନ୍ଦ ପୁର ଗ୍ରାମ ର ଗ୍ରାମରଖୀ ଆଲିମ ଖାଁ ଙ୍କ ୨୬ ବର୍ଷର ପୁଅ ମହସିନ କାଦ୍ରୀ ।

ପ୍ରତ୍ୟେକ ଦିନ ବସ୍ତା ବଜାର ନିକଟସ୍ଥ ପରିବା ମାର୍କେଟ ଓ ଲେବୁଲକ୍ରସିଂ ନିକଟରେ ବ୍ରାଉନ ସୁଗାର କାରବାର କରୁଥିବା ଅଭିଯୋଗ ପରେ ଅବକାରୀ ଅଧିକ୍ଷକ ଅରବିନ୍ଦ ପାଢୀ ଙ୍କ ନିର୍ଦେଶ କ୍ରମେ ଆଇଆଇସି ଗାଲୁରାମ ସରେନ, ଏସ ଆଇ ଭକ୍ତ ଚରଣ ସ୍ବାଇଁ, ଏଏସ ଆଇ ମଙ୍ଗଲ ସିଂ ଙ୍କ ସମେତ ସାତ ଜଣିଆ ଟିମ ଚଢ଼ାଉ କରି ୨୬୫ ଗ୍ରାମ ବ୍ରାଉନ ସୁଗାର ସହ ଯୁବକକୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି।

ବିଭାଗ ପକ୍ଷରୁ ୨୨୬/୨୩ ମୂଳେ ମାମଲା ରୁଜୁ କରାଯାଇଥିବା ବେଳେ,ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୨୬,୫୦,୦୦୦ ( ଛବିଶ ଲକ୍ଷ୍ୟ ପଚାଶହଜାର)ହେବ।

[ad_2]

Leave a Reply

Your email address will not be published. Required fields are marked *

Back to top button