ଅପରାଧ

ଧରାପଡିଲା ବ୍ରାଉନସୁଗାର ବେପାରୀ, ୪୧ ଗ୍ରାମ ବ୍ରାଉନସୁଗର ଜବତ – Sahana Mela

[ad_1]


ଅନୁଗୁଳ: ବଢିଚାଲିଛି ବ୍ରାଉନସୁଗାର ବେପାରୀଙ୍କ ରାଜ୍। ପୁଣି ଅନୁଗୁଳ ଅବକାରୀ ବିଭାଗ ହାତରେ ଧରାପଡିଲେ ବ୍ରାଉନସୁଗର ବେପାରୀ। ଅନୁଗୋଳ ଜିଲ୍ଲା ତାଳଚେର ଟାଉନ ଅରା ସାହି ନିକଟରୁ ୪୧ ଗ୍ରାମ ବ୍ରାଉନସୁଗର ଜବତ କଲା ଅବକାରୀ ବିଭାଗ। ଏହାସହ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ସୁନୀଲ ଭୂତିଆ ଏବଂ ଜବତ ବ୍ରାଉନ ସୁଗରର ମୂଲ୍ୟ ୪ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ସୂଚନାନୁସାରେ, ତାଳଚର ଉପକଣ୍ଠରେ ଥିବା ଅରା ସାହିର ସୁନୀଲ କୁମାର ଭୂତିଆ ଡ୍ରଗ୍ସ କାରବାର କରୁଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଅବକାରୀ ବିଭାଗର ଅଧିକାରୀମାନେ ସୁନୀଲଙ୍କ ଗତିବିଧି ଉପରେ ନଜର ରଖିଥିଲେ।

ରବିବାର ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳରେ ସୁନୀଲଙ୍କ ଗତିବିଧି ଉପରେ ସନ୍ଦେହ କରି ତାଙ୍କୁ ଧରିଥିଲେ। ସନ୍ଧ୍ୟା ସମୟରେ ଅବକାରୀ ବିଭାଗ ସୁନୀଲ ନିକଟରୁ ୪୧ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଥିଲେ। ତେବେ ଉକ୍ତ ଘଟଣାରେ ସୁନୀଲଙ୍କୁ ଗିରଫ କରି କୋର୍ଟକୁ ପଠାଯାଇଛି। ବ୍ରାଉନ ସୁଗାରର ମୂଳ ବ୍ୟବସାୟୀ କିଏ ଏବଂ ଏହାର ଉତ୍ସ ଜାଣିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।



[ad_2]

Leave a Reply

Your email address will not be published. Required fields are marked *

Back to top button