ଦେଶ- ବିଦେଶ

ପଲାସା ଟ୍ରେନ ଦୁର୍ଘଟଣା: ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ – Sahana Mela

[ad_1]


ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ପଲାସା ଷ୍ଟେସନ୍ ନିକଟରେ ଘଟିଥିବା ରେଳ ଦୁର୍ଘଟଣା ପାଇଁ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାମ ଆରମ୍ଭ କରିବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଭାରତୀୟ ରେଳବାଇ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏଥିସହ ଆଲାମଣ୍ଡା ଓ କଣ୍ଟାକାପାଲୀ ସେକ୍ସନ ମଧ୍ୟରେ ଟ୍ରେନ୍ ଲାଇନଚ୍ୟୁତ ଘଟଣା ସମ୍ପର୍କରେ ସମୀକ୍ଷା କରିଛନ୍ତି। ପ୍ରଭାବିତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ପ୍ରଧାନମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ବୋଲି ଟ୍ବିଟ୍ କରି କହିଛନ୍ତି।

 

 

ଘଟଣାସ୍ଥଳରେ ପ୍ରଶାସନ ଉପସ୍ଥିତ ଅଛି। ଟ୍ରେନ୍ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 18 ଜଣ ଆହତ ହୋଇଛନ୍ତି ବିଜୟନଗରମ ଏସପି ସ୍ପଷ୍ଟ କରିଛନ୍ତି।

 





[ad_2]

Leave a Reply

Your email address will not be published. Required fields are marked *

Back to top button