ସ୍ୱାସ୍ଥ୍ୟ

ଶୀତ ଋତୁରେ କିପରି ନେବେ ତ୍ୱଚାର ଯତ୍ନ, ଆପଣାନ୍ତୁ କିଛି ଘରୋଇ ଟିପ୍ସ – Sahana Mela

[ad_1]


ଭୁବନେଶ୍ଵର: ଆରମ୍ଭ ହୋଇଗଲାଣି ଶୀତଋତୁ। ଏହି ଋତୁରେ ଥଣ୍ଡା ପବନ ବହିବା ଦ୍ୱାରା ତ୍ୱଚାରେ ଶୁଷ୍କତା ଦେଖାଯାଏ ଏବଂ ଧିରେ ଧିରେ ଫାଟିବାକୁ ଲାଗେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାର ଉପଯୋଗରେ ଶୀତଦିନରେ ଆପଣ ତ୍ୱଚାର ଚମକ୍ ଆଣିପାରିବେ।

  1. ଥଣ୍ଡା ଦିନେ ବାଦାମ ତେଲ ତ୍ୱଚା ପାଇଁ ଖୁବ୍ ଲାଭଦାୟକ ଅଟେ। କୋମଳ ତ୍ୱଚା ପାଇଁ ରାତିରେ ଶୋଇବା ପୂର୍ବରୁ ବାଦାମତେଲ ମାଲିସ୍ କରି ଶୁଅନ୍ତୁ।
  2. ଗାଧୋଇବା ପରେ ନଡ଼ିଆ ତେଲ କିମ୍ବା ବଡିଲୋସନ୍ କୁ ତ୍ୱଚାରେ ଭଲ ଭାବେ ମାଲିସ କରନ୍ତୁ। ଏହା ଦ୍ଵାରା ତ୍ୱଚାରେ ଶୁଷ୍କତା ଦେଖାଯାଏ ନାହିଁ।
  3. ଚେହେରା ଧୋଇବା ସମୟରେ ଅଧିକ ଥଣ୍ଡା କିମ୍ବା ଗରମ ପାଣି ବ୍ୟବହାର କରନ୍ତୁ ନାହିଁ।
  4. ଓଠ ଫଟା ଓ ଶୁଖିଲା ତ୍ୱଚା ପାଇଁ ସବୁଦିନ ଶୋଇବା ପୂବର୍ରୁ ମଲେଇ, ଗୋଲାପ ଜଳ ଓ ଲେମ୍ବୁ ରସକୁ ଭଳ ଭାବେ ମିଶାଇ ମାଲିସ୍ କରନ୍ତୁ।
  5. ମୁଗ ଡାଲି ର ପେଷ୍ଟରେ କ୍ଷୀର ମିଶାଇ ସପ୍ତାହକୁ ୨ ଥର ଗାଧୋଇବା ପୁର୍ବରୁ ଲଗାନ୍ତୁ, ତ୍ୱଚା ନରମ ଓ କୋମଳ ରହିବ।
  6. ଗ୍ଲିସେରିନ୍, ଗୋଲାପ ଜଳ ଓ ଲେମ୍ବୁ ରସର ମିଶ୍ରଣ ଚେହେରା ରେ ଲଗାଇବା ଦ୍ୱାରା ତ୍ୱଚା କୋମଳ ଏବଂ ଗୋରା ଦେଖାଯାଏ।
  7. ଶୀତଦିନେ ସକାଳ ସମୟରେ ଖରାରେ ନିଶ୍ଚୟ ବସନ୍ତୁ। ତେବେ ଏହାପୂର୍ବରୁ ସନସ୍କ୍ରିନ ନିଶ୍ଚୟ ଲଗାନ୍ତୁ।
  8. ଶୀତଦିନେ ତ୍ଵଚାରେ ଅଲିଭ ଅଏଲ ଓ ଏଲୋବେରା ଜେଲ ନିଶ୍ଚୟ ମାଲିକ କରନ୍ତୁ। ଏହାଦ୍ଵାରା ମୁହଁର ଶୁଷ୍କତା କମ୍ ହୋଇଥାଏ ।
  9. ଅମୃତଭଣ୍ଡାକୁ ପେଷି ମୁହଁରେ ଲଗାନ୍ତୁ। ଏହା ମଧ୍ୟ ତ୍ୱଚା ପାଇଁ ଖୁବ ହିତକାରକ ହୋଇଥାଏ ।
  10. ଦହିକୁ ପ୍ରାକୃତିକ ମଶ୍ଚରାଇଜର କୁହାଯାଏ। ତେଣୁ ସପ୍ତାହକୁ ୨ ରୁ ୩ ଥର ଦହିକୁ ମୁହଁରେ ଲଗାଇ ମାଲିସ କରନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ।

 

 



[ad_2]

Leave a Reply

Your email address will not be published. Required fields are marked *

Back to top button