ରାଜନୀତି

୨୦୨୪ ପାଇଁ ରଣନୀତି; ଓଡ଼ିଶା ପାଇଁ ‘କୋରଟିମ୍‌’ ଗଢ଼ିଲା ବିଜେପି – Sahana Mela

[ad_1]


ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ। ଏଥିଲାଗି ପ୍ରସ୍ତୁତ ହେଉଛନ୍ତି ସମସ୍ତ ଦଳର ରାଜନେତା। ଆଗାମୀ ନିର୍ବାଚନ ୨୦୨୪ ପାଇଁ ଚାଲିଛି ରଣନୀତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପାଇଁ ‘କୋରଟିମ୍‌’ ଗଢ଼ିଲା ବିଜେପି। ଘୋଷଣା ହେଲା ବିଜେପିର ସାମାଜିକ ଗଣମାଧ୍ୟମ ରାଜ୍ୟ ଟିମ। ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଜେପି ରାଜ୍ୟ ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ରାଜ୍ୟ ଟିମ ଘୋଷଣା କରିଛନ୍ତି। ରାଜ୍ୟ କୋର୍ ଟିମରେ ଚିନ୍ମୟ ପଣ୍ଡା ଓ ସୂଚରିତା ଜେନାମଣିଙ୍କୁ ସହ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ଅର୍ଜୁନ ଜଗତ, ବବୁଲ୍ ମହାନ୍ତି, ବିରଞ୍ଚି ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ଓଝା, ମାନସୀ ମଞ୍ଜରୀ ରାୟ, ମନୋଜ କୁମାର ବେହେରା, ପ୍ରଦୀପ୍ତ ଜେନା, ପ୍ରକାଶ ଚନ୍ଦ୍ର ନାୟକ, ପ୍ରଶାନ୍ତ ନାୟକ, ଶିଳ୍ପା ଗିରିଗୋସ୍ୱାମୀ ଓ ଶ୍ରୀନିବାସ ପଣ୍ଡା ପ୍ରମୁଖଙ୍କୁ କୋର୍ ଟିମ ସଦସ୍ୟ ରୂପେ ନିଯୁକ୍ତ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ଟିମରେ ୩୬ ଜଣ ଜିଲ୍ଲା ପ୍ରଭାରୀଙ୍କୁ ମିଶାଇ ବିଭିନ୍ନ ଜିଲ୍ଲାରୁ ମୋଟ ୪୯ ଜଣଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଥିବା ଉମାକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button