ଅଭିନନ୍ଦନଙ୍କ ପରି କତାରରୁ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫେରାଇ ଅଣାଯିବ: ସଞ୍ଜୟ ସିଂ – Sahana Mela
[ad_1]
ପାଟନା: ଭାରତର ୮ ଜଣ ପୂର୍ବତନ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛି କତାର କୋର୍ଟ । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏଥି ସହିତ ପୂର୍ବତନ ନୌସେନା ଯବାନଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କ ଉପରେ ଚାପ ମଧ୍ୟ ବଢଛି । ଏହି ପୂର୍ବତନ ସେନାମାନଙ୍କ ପରିବାର ମଧ୍ୟ ଚିନ୍ତିତ ଅଛନ୍ତି । ଏଭଳି ପରିସ୍ଥିତିରେ ଉକ୍ତ ୮ ଜଣ ଯବାନଙ୍କୁ ଫେରାଇ ଆଣିବାରେ ଭାରତ ସରକାର ସଫଳ ହେବେ କି ନାହିଁ ସେନେଇ ସାରା ଦେଶରେ ଆଲୋଚନା ଚାଲିଛି । ଭାରତ ସରକାର ମଧ୍ୟ କତାର ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ।
ଏହି ବିଷୟରେ ବରିଷ୍ଠ ବିଜେପି ନେତା ତଥା ବିହାରର ଲାଲଗଞ୍ଜ ବିଧାୟକ ସଞ୍ଜୟ ସିଂ ଙ୍କୁ ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ, ବିଧାୟକ ତାଙ୍କ ଉତ୍ତରରେ ସେମାନଙ୍କୁ କହିଛନ୍ତି ଯେ, ଆମ ଲୋକଙ୍କୁ କିପରି ବଞ୍ଚାଇବୁ ତାହା ଆମେ ଜାଣୁ । ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ, ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ତାନରୁ ଭାରତକୁ କିପରି ଅଣାଯାଇଥିଲା ଏଥିରୁ ସ୍ପଷ୍ଟ ଯେ, ଆମ ପ୍ରଧାନମନ୍ତ୍ରୀ କିପରି ତାଙ୍କ ଲୋକଙ୍କୁ ଫେରାଇ ଆଣିବେ ତାହା ସେ ଭଲଭାବେ ଜାଣିଛନ୍ତି ।
ଅର୍ଥାତ୍, ବିଜେପି ବିଧାୟକ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପାକିସ୍ତାନରେ ଫସି ରହିଥିବା ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ଯେପରି ଭାରତକୁ ଅଣାଯାଇଥିଲା, ସେହିଭଳି କତାରରେ ଫସି ରହିଥିବା ସମସ୍ତ ପୂର୍ବତନ ନୌସେନା ଯବାନଙ୍କୁ ମଧ୍ୟ ଫେରାଇ ଅଣାଯିବ । ଭାରତ ସରକାର ଏମାମଲରେ ଲଢୁଛିନ୍ତି ଏବଂ ସାକ୍ଷ୍ୟପ୍ରମାଣ ମଧ୍ୟ ପଠାଯାଉଛି ।
ବିଧାୟକ ସଞ୍ଜୟ ସିଂ ଆହୁରି କହିଛନ୍ତି ଯେ, କତାର କୋର୍ଟ ଏହି ମୃତ୍ୟୁ ଦଣ୍ଡାଦେଶ ଘୋଷଣା କରିଥିବାରୁ ଭାରତରେ ମଧ୍ୟ ଆଇନଗତ ପ୍ରସ୍ତୁତି ଚାଲିଛି ଏବଂ ସହାୟତା ମଧ୍ୟ ପ୍ରଦାନ କରାଯାଉଛି । ଭାରତ ସରକାର ସଂପୂର୍ଣ୍ଣ ଭାବେ ଏହି ମାମାଲରେ ଚେଷ୍ଟା ଜାରି ରଖିଛନ୍ତି ଏବଂ ସେମାନଙ୍କୁ ମଧ୍ୟ ଭାରତ ଫେରାଇ ଅଣାଯିବ ।
[ad_2]