ଦେଶ- ବିଦେଶ

କର୍ଣ୍ଣାଟକରେ ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା : ୫ ମୃତ , ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଥିବା ସୂଚନା – Sahana Mela

[ad_1]


କର୍ଣ୍ଣାଟକ : କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାଲାପୁରାଗିରେ ଟ୍ରକ ଏବଂ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।  ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ମହାରାଷ୍ଟ ସୋଲାପୁର ଜିଲ୍ଲା ଦୁଧାନୀ ଗାଁରୁ ଗୋଟିଏ ପରିବାର ଆସୁଥିବାବେଳେ କାଲାବୁରାଗି  ଜିଲ୍ଲା ବଲୁରାଗୀ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଜଣକ ଫେରାର ହୋଇଯାଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସେପଟେ  ଆଫଜଲପୁର ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button