ଦେଶ- ବିଦେଶ

ବାଂଲାଦେଶରେ ପ୍ରାକ୍ ନିର୍ବାଚନୀ ହିଂସା: ଟ୍ରେନ ପରେ ପୋଲିଂ ବୁଥ୍ ଓ ସ୍କୁଲ ବସ୍ ଜାଳିଦଲେ ଦୁର୍ବୃତ୍ତ – Sahana Mela

[ad_1]


ଢାକା: ବାଂଲାଦେଶରେ ପ୍ରାକ୍ ନିର୍ବାଚନୀ ହିଂସା ।ନିର୍ବାଚନ ପୂର୍ବରୁ ବାଂଲାଦେଶରେ ହିଂସା ଦେଖିବାକୁ ମିଳିଛି । ଗତକାଲି ଟ୍ରେନ୍ ଜାଳିବା ପରେ ଆଜି ପୋଲିଂ ବୁଥ ଏବଂ ସ୍କୁଲ ବସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ସାଧାରଣ ନିର୍ବାଚନ ପୂର୍ବରୁ ୪ ଟି ପୋଲିଂ ବୁଥ ଏବଂ ୫ଟି ପ୍ରାଥମିକ ବିଦ୍ୟାଳୟରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଛନ୍ତି।ଢାକା ଉପକଣ୍ଠ ଗାଜିପୁରରେ ଏଭଳି ଅଗ୍ନିକାଣ୍ଡ ଘଟିଛି।

ଘଟଣାସ୍ଥଳରେ ହାଇ ଆଲର୍ଟ ଜାରି କରିଛି ପୋଲିସ୍ ।ଆସନ୍ତାକାଲି ହେବାକୁ ଥିବା ନିର୍ବାଚନକୁ ରୋକିବା ପାଇଁ କେହି ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ମୁଖ୍ୟ ବିରୋଧୀ ଦଳର ସମର୍ଥକ ଏବଂ କର୍ମୀମାନେ ବିଭିନ୍ନ ସ୍ଥାନରେ ହିଂସା କରୁଛନ୍ତି ବୋଲି ଅଭିଯୋଗ ଆସିଛି । ଗତ ଶୁକ୍ରବାର ରାତିରେ ଯାତ୍ରୀବାହୀ ଟ୍ରେନରେ କେହି ନିଆଁ ଲଗାଇଦେଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଏବଂ ଅନେକ ଲୋକ ଆହତ ହୋଇଥିଲେ ।

ଅଠର କୋଟି ଜନସଂଖ୍ୟା ବିଶିଷ୍ଟ ବାଂଲାଦେଶରେ ତିନି ଶହ ସାଂସଦ ଏବଂ ପରବର୍ତ୍ତୀ ସରକାର ପାଇଁ ନିର୍ବାଚନ ହେବ। ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀଙ୍କ ଭାଗିଦାରୀରେ ବର୍ତ୍ତମାନ ରାଜନୈତିକ ଦଳର ମୋଟ ସଂଖ୍ୟା ୨୮ରେ ପହଞ୍ଚିଛି। ଶାସକ ଦଳ ଆୱାମୀ ଲିଗ୍ ଚତୁର୍ଥ କାର୍ଯ୍ୟକାଳ ପାଇଁ ୨୬୬ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଅବଶିଷ୍ଟ ଆସନରେ ଏହାର ସହଯୋଗୀ ପ୍ରାର୍ଥୀ ଦେଇଛି। ୨୦୦୯ ମସିହାରୁ ଶେଖ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍ କ୍ଷମତାରେ ଅଛି।



[ad_2]

Leave a Reply

Your email address will not be published. Required fields are marked *

Back to top button