ଦେଶ- ବିଦେଶ

ଅନ୍ ଲାଇନ୍ ବେଟିଂ ଆପ୍ ମହାଦେବଠୁ ଛତିଶଗଡ ମୁଖ୍ୟମନ୍ତ୍ରୀ ୫୦୮କୋଟି ଟଙ୍କା ପାଇଛନ୍ତି: ଇଡି – Sahana Mela

[ad_1]

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମହାଦେବ ବେଟିଂ ଆପର ୟୁଏଇର ପ୍ରମୋଟରଙ୍କ ଠାରୁ ୫୦୮ କୋଟି ଟଙ୍କା ପାଇଥିବା ଅଭିଯୋଗର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆଣ୍ଟି ମନି ଲଣ୍ଡରିଂ ଆଇନ ଅନୁଯାୟୀ ତଦନ୍ତ କରୁଛି ଇଡି।

ଇଡି ଅଧିକାରୀମାନେ ଶୁକ୍ରବାର ଦାବି କରିଛନ୍ତି ଯେ ବାଘେଲଙ୍କୁ ବର୍ତ୍ତମାନ ସୁଦ୍ଧା ୫୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ନଗଦ ଟଙ୍କା କୋରିଅର ଯୋଗେ ଆସିଥିଲା ବୋଲି ଇଡି ଦାବି କରିଛି। ଏହି ମାମଲାରେ ଜଣଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି ବୋଲି ଜଣାପଡିଛି।

ଇଡି କହିଛି ଯେ ସେ ଅସୀମ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି, ଯିଏକି ଛତିଶଗଡ଼ରେ ଶାସକ ଦଳ କଂଗ୍ରେସର ନିର୍ବାଚନ ଖର୍ଚ୍ଚ ପାଇଁ ବିପୁଳ ପରିମାଣର ନଗଦ ଟଙ୍କା ପହଞ୍ଚାଇବା ପାଇଁ ୟୁଏଇରୁ ପଠାଯାଇଥିଲା। ଅସୀମ ଦାସଙ୍କ ଗାଡ଼ି ଓ ବାସଭବନରୁ ନଗଦ ୫ କୋଟି ୩୯ ଲକ୍ଷ ଟଙ୍କା ଜବତ ହୋଇଥିବା ଇଡି ଦାବି କରିଛି।

ଅସୀମ ଦାସଙ୍କୁ ପଚରାଉଚରା କରିବାରୁ ତାଙ୍କ ନିକଟରୁ ଜବତ ହୋଇଥିବା ଫୋନର ଫରେନସିକ୍ ଯାଞ୍ଚରୁ. ଏହି ସବୁ ବେଆଇନ କାମର ଗୁମର ଫିଟିଛି। ଶୁଭମ ସୋନିଙ୍କ ଦ୍ୱାରା ପଠାଯାଇଥିବା ଏକ ଇମେଲର ଯାଞ୍ଚ ଅନେକ ଆଶ୍ଚର୍ୟ୍ୟଜନକ ଅଭିଯୋଗ ସାମ୍ନାକୁ ଆସିଛି, ଯେମିତିକି, ଅତୀତରେ ନିୟମିତ ଟଙ୍କା କାରବାର ହୋଇଛି ଏବଂ ବର୍ତ୍ତମାନ ସୁଦ୍ଧା ମହାଦେବ ଏପିପି ପ୍ରମୋଟରମାନେ ଭୂପେଶ ବାଘେଲଙ୍କୁ ପ୍ରାୟ ୫୦୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଇଡି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଅଭିଯୋଗଗୁଡ଼ିକ ତଦନ୍ତର ବିଷୟ ବୋଲି ତଦନ୍ତକାରୀ ସଂସ୍ଥା କହିଛି।

ଅନଲାଇନ୍ ବେଟିଂ ଆପ୍ ସହ ଜଡ଼ିତ ମନି ଲଣ୍ଡରିଂ ନେଟଓ୍ବର୍କ ଉପରେ ଇଡି ଅଧିକାରୀମାନେ ଗୁରୁବାର ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ ଏଜେନ୍ସି ଚାରି ଜଣଙ୍କୁ ଗିରଫ କରିବା ସହ ୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅପରାଧର ଆୟ ଜବତ କରିଛି।

ନିକଟରେ ମହାଦେବ ଆପ୍ ବେଟିଂ ମାମଲାରେ ଏକ ଚାର୍ଜସିଟରେ ପ୍ରମୋଟର ସୌରଭ ଚନ୍ଦ୍ରାକର ଓ ରବି ଉପ୍ପଲଙ୍କ ସମେତ ୧୨ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

ବାଘେଲଙ୍କ ବିରୋଧରେ ଇଡିର ଏହି ଅଭିଯୋଗ ଛତିଶଗଡ଼ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଆସିଛି, ଯାହା ନଭେମ୍ବର ୭ ଓ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି।

[ad_2]

Leave a Reply

Your email address will not be published. Required fields are marked *

Back to top button