ଖେଳ ଖବର

କୋହଲି ସାଜିଲେ ୪୯ ଶତକର ରାଜା – Sahana Mela

[ad_1]


ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଦିନିକିଆ କ୍ରିକେଟରେ ୪୯ ଶତକକୁ ଏକ ଏଭରେଷ୍ଟ ମାଇଲଷ୍ଟୋନ ବିବେଚନା କରାଯାଉଥିଲା । ତେବେ ଏହି ରେକର୍ଡ ସହ ବିରାଟ କୋହଲି ସମକକ୍ଷ ହୋଇ ଭାରତୀୟ କ୍ରିକେଟରେ ନୂତନ ଅଧ୍ୟାୟ ଯୋଡିଛନ୍ତି । ସେ ଏବେ ଦିନିକିଆରେ ୪୯ ଶତକର ରାଜା ସାଜିଛନ୍ତି । ଆଉ ଗୋଟିଏ ଶତକ ପରେ ସେ ଏକ ନମ୍ବର ସ୍ଥାନ ହାସଲ କରିବେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨୧ ବଲରେ ସେ ୧୦୧ ରନର ଅପରାଜିତ ଇନିଂସ ଖେଳିଥିଲେ । ସଚିନ ୪୯ ଶତକ ହାସଲ ପାଇଁ ୪୫୧ ଇନିଂସ ଖେଳିଥିଲେ । ବିରାଟ ମାତ୍ର ୨୭୭ ଇନିଂସରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।

ସଚିନ ତାଙ୍କ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ହାସଲ ପାଇଁ ୭୬ଟି ଇନିଂସ ଖେଳିଥିଲେ । ୫ ଶତକ ପାଇଁ ୧୦୦, ୧୦ ପାଇଁ ୧୩୧ ଓ ୧୫ତମ ଶତକ ହାସଲ ନିମନ୍ତେ ୧୮୨ ଇନିଂସ ଖେଳିଥିଲେ । ସେହିପରି ୨୦ ଶତକ ପାଇଁ ୧୯୭ ଇନିଂସ, ୨୫ ପାଇଁ ୨୩୪, ୩୦ ପାଇଁ ୨୬୭ ଓ ୩୫୫ ଇନିଂସରେ ୪୦ତମ ଶତକ ହାସଲ କରିଥିଲେ । ୪୫୧ ତମ ଇନିଂସରେ ୪୯ ଶତକ ମାରିଥିଲେ । ସେ ୪୯ ଶତକ ବ୍ୟତୀତ ୯୬ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି । ୨୦୦ ଅପରାଜିତ ତାଙ୍କର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର ରହିଛି ।

ଅପରପକ୍ଷରେ କିଙ୍ଗ କୋହଲି ମାତ୍ର ୧୦୬ ଇନିଂସରେ ୧୫ ଶତକ ହାସଲ କରି ନେଇଥିଲେ । ୧୩୩ ଇନିଂସରେ ୨୦ ଶତକ, ଓ ୨୧ରୁ ୪୯ ଶତକ ପାଇଁ ସେ ୧୪୪ ଇନିଂସ ଖେଳିଥିଲେ । ସେ ୨୭୭ ଇନିଂସରେ ୫୯ ଆଭରେଜରେ ୧୩୬୨୬ ରନ କରିଛନ୍ତି । ଏଥିରେ ୭୦ ଅର୍ଦ୍ଧଶତକ ମଧ୍ୟ ସାମିଲ । ସଚିନ ଭାରତ ପକ୍ଷରୁ ଖେଳିଥିବା ମ୍ୟାଚ ମଧ୍ୟରେ ଟିମ ଇଣ୍ଡିଆ ୨୩୪ରେ ବିଜୟୀ ହୋଇଛି । ସଚିନ ଏଥିରେ ୨୩୧ ଇନିଂସ ଖେଳି ୫୬.୬୩ ଆଭରେଜରେ ୧୧୧୫୭ ରନ କରିଥିଲେ । ଏଥିରେ ୩୩ ଶତକ ଓ ୫୯ ଅର୍ଦ୍ଧଶତକ ସାମିଲ । ସଚିନଙ୍କ ଉପସ୍ଥିତିରେ ଭାରତ ୨୦୩ ମ୍ୟାଚରେ ଭାରତ ହାରିଛି । ଏଥିରେ ସଚିନ ୩୩.୪୧ ଆଭରେଜରେ ୬୬୪୮ ରନ କରିଛନ୍ତି । ୧୪ ଶତକ ଓ ୩୬ ଅର୍ଦ୍ଧଶତକ ଏଥିରେ ରହିଛି । ୫ଟି ମ୍ୟାଚ ଟାଇ ଓ ୨୪ ଦିନିକିଆ ଫଳାଫଳଶୂନ୍ୟ ରହିଛି ।

ଅପରପକ୍ଷରେ ବିରାଟଙ୍କ ଉପସ୍ଥିତିରେ ଭାରତ ୧୭୮ ଦିନିକିଆ ଜିତିଛି । ସେ ୭୫.୪୩ ଆଭରେଜରେ ୯୮୮୧ ରନ କରିଛନ୍ତି । ୪୧ ଶତକ ଓ ୪୨ ଅର୍ଦ୍ଧଶତକ ଏଥିରେ ସାମିଲ । ଅନ୍ୟ ଅର୍ଥରେ ଟିମ ଇଣ୍ଡିଆର ଏହି ସଫଳତାରେ ବିରାଟଙ୍କ ଯୋଗଦାନ ସର୍ବାଧିକ ରହିଛି । ଭାରତ ପରାଜିତ ହୋଇ ୯୭ ମ୍ୟାଚରେ କୋହଲି ୩୫.୯୩ ଆଭରେଜରେ ୩୪୪୯ ରନ କରିଛନ୍ତି । ଏଥିରେ ୭ ଶତକ ଓ ୨୭ ଅର୍ଦ୍ଧଶତକ ସାମିଲ । ସଚିନ ଆନ୍ତର୍ଜାତୀୟ ଟି୨୦ରେ ଶତକ ମାରି ନାହାନ୍ତି ।

ବିରାଟ ଦିନିକିଆ ଓ ଟି୨୦ରେ ୫୦ ଶତକ ମାରିବାରେ ବିଶ୍ୱରେ ପ୍ରଥମ ଖେଳାଳି ହୋଇଛନ୍ତି । ୩ଟି ଯାକ ଫର୍ମାଟରେ ସଚିନ ୬୬୪ ମ୍ୟାଚ ଖେଳି ୭୮୨ ଇନିଂସରେ ୪୮.୫୨ ଆଭରେଜରେ ୩୪,୩୫୭ ରନ କରିଛନ୍ତି । ଏଥିରେ ୧୦୦ ଶତକ ଓ ୧୬୪ ଅର୍ଦ୍ଧଶତକ ସାମିଲ । ବିରାଟ ୫୧୫ ଆନ୍ତରାଷ୍ଟ୍ରୀୟ ମ୍ୟାଚରେ ୫୭୧ ଇନିଂସ ଖେଳି ୫୪.୨୪ ଆଭରେଜରେ ୨୬୩୧୦ ରନ କରିଛନ୍ତି । ଏଥିରେ ୯୭ ଶତକ ଓ ୧୩୬ ଅର୍ଦ୍ଧଶତକ ସାମିଲ । କୁମାର ସଙ୍ଗକାରା ୨୮,୦୧୬ ରନ ସହ ଏହି ତାଲିକାରେ ଦ୍ୱିତୀୟ ଏବଂ ରିକି ପଂଟି ୨୭୪୮୩ ରନରେ ତୃତୀୟ ସ୍ଥାନରେ ରହିଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button