ଖେଳ ଖବର

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଧ୍ୱଜବାହକ ହେବେ ଶରଥ କମଲ – Sahana Mela

[ad_1]


ନୂଆଦିଲ୍ଲୀ: ଅନୂଭବୀ ଟେବୁଲ ଟେନିସ ଖେଳାଳି ତଥା ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଶରଣ କମଲ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ଭାରତର ଧ୍ୱଜବାହକ ହେବେ । ମହାନ ମହିଳା ବକ୍ସର ଏମସି ମେରୀ କମଙ୍କୁ ଦଳର ପ୍ରମୁଖ (ଶେଫ ଡି ମିଶନ) ନିଯୁକ୍ତ କରାଯାଇଛି । ଭାରତୀୟ ଅଲିମ୍ପିକ ସଂଘ ପକ୍ଷରୁ ଏହା ଘୋଷଣା କରିଛି । ଭାରତର ପୁରୁଷ ଓ ମହିଳା ଟିଟି ଟିମ ଚମତ୍କାର ପ୍ରଦର୍ଶନ କରି ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ୩ ସପ୍ତାହ ଧରି ଆମେ ଅବିଶ୍ୱସନୀୟ କ୍ରୀଡା ନୈପୁଣତା ପ୍ରଦର୍ଶନ କରି ଯୋଗ୍ୟତା ଅର୍ଜନ କରିଛୁ । ଏହା ଆମ ପାଇଁ ଗର୍ବର ବିଷୟ ବୋଲି କମଲ କହିଛନ୍ତି । ଏହା ମୋର ୫ମ ତଥା ଅନ୍ତିମ ଅଲିମ୍ପିକ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।

ଅଧିକାଂଶ ଦେଶ ତାର ଟିଟି ଖେଳାଳିଙ୍କୁ ଏ ଭଳି ସମ୍ମାନ ପ୍ରଦାନ କରି ନ ଥାଏ । ଆଇଓଏ ପକ୍ଷରୁ ଯେତେବେଳେ ମୋ ପାଖକୁ ଏ ସମ୍ପର୍କରେ ଫୋନ ଆସିଲା ମୁଁ ସହଜରେ ବିଶ୍ୱାସ କରିପାରିଲି ନାହିଁ ବୋଲି ଏହି ୪୧ ବର୍ଷୀୟ ଖେଳାଳିଜଣଙ୍କ କହିଛନ୍ତି । ଶୀତାକାଳୀନ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଶିବା କେଶବନଙ୍କୁ ପ୍ରମୂଖ ଭାବେ ନିଯୁକ୍ତ କରାଯାଇଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button