ମନୋରଞ୍ଜନ

ଅଭିନେତ୍ରୀ ମୈାସୁମୀ ମହାନ୍ତି ଗିରଫ, ଲେଖିକା ଆଣିଥିଲେ ମର୍ଯ୍ୟାଦା ହାନି ଅଭିଯୋଗ – Sahana Mela

[ad_1]


ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ତଥା ମଡେଲ୍ ମୈାସୁମୀ ମହାନ୍ତିଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ ସୋମବାର ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି।

ମର୍ଯ୍ୟାଦା ହାନି କରି ଅଭିନେତ୍ରୀ ଜଣଙ୍କ ସୋଶିଆଲ ମିଡିଆରେ ଲେଖିକାଙ୍କ ବିରୋଧରେ ମିଛ ଅଭିଯୋଗ ଆଣିଥିଲେ ବୋଲି ଅଭିଯୋଗ ରହିଛି। ତେବେ ବିବାଦ ପଛରେ ଉଭୟ ପକ୍ଷଙ୍କ ମଧ୍ୟରେ ୫ ଲକ୍ଷ ୮ ହଜାର ଟଙ୍କାର କାରବାର ବୋଲି ଜଣାପଡିଛି। ଟ୍ରେଡିଂ ପାଇଁ ଅଭିନେତ୍ରୀ ଜଣଙ୍କ ପଇସା ଦେଇଥିଲେ ଲେଖିକାଙ୍କୁ। ହେଲେ ପଇସା ନଫେରାଇବାରୁ ଉଭୟଙ୍କ ମଧ୍ୟରେ ବିବାଦ ତେଜିଥିଲା। ହେଲେ ଆପୋଷବୁଝମଣା ପରେ ମାମଲା ଥଣ୍ଡା ପଡ଼ିଥିଲା। କିନ୍ତୁ ସେତେବେଳେ ସର୍ତ୍ତ ଥିଲା ଅଭିନେତ୍ରୀ ଜଣଙ୍କ ଲେଖିକାଙ୍କ ବିରୋଧରେ ସର୍ବସାଧାରଣରେ ମର୍ଯ୍ୟାଦା ହାନି କରିବେ ନାହିଁ। ହେଲେ ଅଭିନେତ୍ରୀ ଜଣଙ୍କ ଲେଖିକାଙ୍କ ବିରୋଧରେ ପୁଣିଥରେ ସମ୍ମାନହାନୀ କରିବା ଭଳି ପୋଷ୍ଟ କରିଥିଲେ। ପରେ କୋର୍ଟଙ୍କ ନିର୍ଦ୍ଦେଶମୁତାବକ ଇନଫୋସିଟି ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା।

ଅଭିନେତ୍ରୀ ଜଣଙ୍କ ହାଇଦ୍ରାବାଦରୁ ଏକ ସୁଟିଂରୁ ଆସି ଫେରିବାପରେ ଇନଫୋସିଟି ପୋଲିସ ତାଙ୍କୁ ଜେରା କରିଥିଲା। ଏହାପରେ ଅଭିନେତ୍ରୀଙ୍କ ହାତରେ ହାତକଡି ପକାଇଛି। ଏବେ କୋର୍ଟରେ ହାଜର କରାଯିବ ବୋଲି ସୂଚନା ରହିଛି।

ସୂତ୍ରରୁ ପ୍ରକାଶ ଯେ ଅଭିନେତ୍ରୀଙ୍କ ବିରୋଧରେ ଦଫା ୩୮୫, ୨୯୪, ୫୦୬ ଏବଂ ଆଇପିସିର ଅନ୍ୟାନ୍ୟ ପ୍ରାସଙ୍ଗିକ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି।



[ad_2]

Leave a Reply

Your email address will not be published. Required fields are marked *

Back to top button