ମନୋରଞ୍ଜନ

ମାର୍ବଲ ଅଭିନେତା ସହିତ ୱିମ୍ବେଲଡନ ଫାଇନାଲ ଦେଖିବାକୁ ପହଞ୍ଚିଲେ ଉର୍ବଶୀ ରୌତେଲା, ଫ୍ୟାନ୍ସ କଲେ ଟ୍ରୋଲ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି । ଏହାଛଡା ସୋସିଆଲ ମିଡିଆ ଆକାଉଣ୍ଟରେ ସବୁବେଳେ ଆକ୍ଟିଭ ରୁହନ୍ତି । ବିଶ୍ବର ସମସ୍ତ ବଡ଼ ଇଭେଣ୍ଟରେ ଉର୍ବଶୀ ନଜର ଆସିଛନ୍ତି । ନିକଟରେ ଲଣ୍ଡନର ୱିମ୍ବେଲଡନରେ ମ୍ୟାଚ୍ ଦେଖୁଥିବାର ନଜର ଆସିଥିଲେ ଉର୍ବଶୀ । ଫାଇନାଲ ମ୍ୟାଚ ଦେଖିବା ପାଇଁ ଉର୍ବଶୀ ପହଞ୍ଚିଥିଲେ । ଏଠାରେ ତାଙ୍କ ସାକ୍ଷାତ ହଲିଉଡ ଷ୍ଟାର ଟମ୍ ହିଡଲଷ୍ଟନଙ୍କ ସହିତ ହୋଇଛି ।

ଟମ୍ ହିଡଷ୍ଟନ ମାର୍ବଲ ଫିଲ୍ମରେ ଲୋକି ଭୂମିକାର ନଜର ଆସିଛନ୍ତି । ଇଣ୍ଡିଆରେ ତାଙ୍କର ଜବରଦସ୍ତ ଫ୍ୟାନ୍ ଫଲୋଇଂ ରହିଛନ୍ତି । ଉର୍ବଶୀ ରୌତେଲା ୱିମ୍ବେଲଡନରେ ଟମ୍ ଙ୍କ ସହିତ ସାକ୍ଷାତ କରିଥିଲେ । ଉର୍ବଶୀ ଏହି ଇଭେଣ୍ଟରେ ହଳଦିଆ ରଙ୍ଗର ଆଉଟଫିଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ହାତରେ ଟେନିସ ବଲ୍ ଧରି ଟମ୍ ଙ୍କ ସହିତ ଫଟୋ ଉଠାଇଛନ୍ତି ।

ଦୁହେଁ ପରସ୍ପର ସହିତ ସାକ୍ଷାତ କରିବା ପରେ କିଛିସମୟ କଥା ହୋଇଥିଲେ । ଆଉ ନିଜ ନିଜ ରାସ୍ତାରେ ଚାଲିଯାଇଥିଲେ । ଏହାପରେ ଉର୍ବଶୀ ଟ୍ରୋଲିଂର ଶିକାର ହୋଇଛନ୍ତି । ଅନେକ ଲୋକ ଉର୍ବଶୀ ମଜାକ ଉଡ଼ାଇଛନ୍ତି । କିଛି କହିଛନ୍ତି, ଉର୍ବଶୀ ତାଙ୍କ ସହିତ କଥା ହେଉଥିବା ବେଳେ ଟମ୍ କଥା ହେବାକୁ ରାଜି ନଥିଲେ । ଟମ୍ ଉର୍ବଶୀଙ୍କ ଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଥିଲେ । ମାର୍ବଲ ଅଭିନେତା ଉର୍ବଶୀଙ୍କ ସହିତ ଚାଲିବାକୁ ମଧ୍ୟ ଅସହଜ ଅନୁଭବ କରୁଥିଲେ ।

ଉର୍ବଶୀ ଏହି ସାକ୍ଷାତକୁ ନିଜ ପୋଷ୍ଟରେ ବହୁତ ସ୍ବତନ୍ତ୍ର ବୋଲି କହିଛନ୍ତି । ଉର୍ବଶୀ ଲେଖିଛନ୍ତି, ୱିମ୍ବେଲଡନ ଫାଇନାଲରେ ବିତାଇଥିବା ଦିନରେ ଲେଖିଛନ୍ତି, ଏଭଳି ସ୍ମରଣୀୟ ସନ୍ଧ୍ୟା, ଯାହାକୁ କେବେ ବି ଭୁଲି ହେବ ନାହିଁ । ୱିମ୍ବେଲଡନ ୨୦୨୬ ଫାଇନାଲରେ ଜୈନିକ ସିନର ଏବଂ ଆଲେକଜାଣ୍ଡର ଜ୍ବେରେଭ ମଧ୍ୟ ଜବରଦସ୍ତ ମ୍ୟାଚ୍ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *

Back to top button