ଦେଶ- ବିଦେଶ

ଟନେଲରେ ଯୁଦ୍ଧ ଲଢ଼ୁଛନ୍ତି ୪୦ ଜୀବନ – Sahana Mela

[ad_1]

ନୂଆଦିଲ୍ଲୀ: ଉତ୍ତରକାଶୀର ବଡ଼କୋଟରେ ନିର୍ମାଣଧୀନ ଟନେଲ ଧସିଯିବା ଯୋଗୁ ଫସିଥିବା ୪୦ ଶ୍ରମିକଙ୍କୁ କାଢ଼ିବା ପାଇଁ ଯୁଦ୍ଧସ୍ତରରେ ରେସ୍କ୍ୟୁ ଅପରେସନ ଜାରୀ ରହିଛି । ଶ୍ରମିକଙ୍କୁ ପାଇପ ମାଧ୍ୟମରେ ଖାଦ୍ୟ ଓ ପାଣି ପଠାଯାଇଛି । ଇତିମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂହ ଧାମୀ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ସମୟରେ ଫସିଥିବା ଲୋକଙ୍କୁ କାଢ଼ିବା ପାଇଁ ଅନ୍ୟ ଆବଶ୍ୟକ ମେସିନକୁ ଗ୍ରାଉଣ୍ଡ ଜିରୋରେ ସ୍ଥାପିତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଉତ୍ତରକାଶୀରେ ସୁଡ଼ଙ୍ଗ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଏନ ଏଚ. ଆଇ. ଡି. ସୀ.ଏଲ ଦ୍ୱାରା ଜାରୀ କରାଯାଇଥିବା ସୂଚନା ଅନୁସାରେ, ଫସିଥିବା ବ୍ୟକ୍ତିଙ୍କ ମଧ୍ୟରେ ଉତ୍ତରାଖଣ୍ଡରୁ ୨, ହିମାଚଳରୁ ୧, ବିହାରରୁ ୪, ପଶ୍ଚିମବଙ୍ଗରୁ ୩, ଉତ୍ତରପ୍ରଦେଶରୁ ୮, ଓଡ଼ିଶାରୁ ୫, ଝାଡ଼ଖଣ୍ଡରୁ ୧୫ ଓ ଆସାମରୁ ୨ଜଣ ରହିଛନ୍ତି ।

[ad_2]

Leave a Reply

Your email address will not be published. Required fields are marked *

Back to top button