ଦେଶ- ବିଦେଶ

ଭିତରେ ଅବସ୍ଥା ବହୁତ ଖରାପ..ଶୀଘ୍ର ଉଦ୍ଧାର କର-ସୁଡଙ୍ଗ ଭିତରେ ଫସି ରହିଥିବା ଶ୍ରମିକ କଲେ ଆକୁଳ ନିବେଦନ – Sahana Mela

[ad_1]

ଉତ୍ତରକାଶୀ: ଉତ୍ତରକାଶୀରେ ଫସିଥିବା ୪୧ ଶ୍ରମିକଙ୍କ ୭ ଦିନଧରି ଭୁଶୁଡି ଯାଇଥିବା ସୁଡଙ୍ଗ ଭିତରେ ଫଶି ରହିଛନ୍ତି। ଉଦ୍ଧାର ପାଇଁ ସବୁପ୍ରକାର ଚେଷ୍ଟା କରାଯିବା ସତ୍ତ୍ୱେ ଶ୍ରମିକଙ୍କ ପାଖରେ ପହଞ୍ଚି ହେଉନି । ପାଇପ ଯୋଗେ ପାଣି, ଶୁଖିଲା ଖାଦ୍ୟ, ଅକ୍ସିଜେନ ଯୋଗାଇ ଦିଆ ଯାଉଛି । ହେଲେ ଦିନକୁ ଦିନ ଶ୍ରମିକଙ୍କ ମନୋବଳ ଭାଙ୍ଗିବାରେ ଲାଗିଛି ।

ସୁଡଙ୍ଗ ଭିତରେ ୟୁପିର ୮ ଜଣ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ଅବସ୍ଥା ଜାଣିବା ପାଇଁ ଜଣେ ୟୁପି ନୋଡାଲ ଅଫିସର ଶନିବାର ସୁଡଙ୍ଗ ପାଖରେ ପହଞ୍ଚିଥିଲେ । ନୋଡାଲ ଅଫିସର ସୁଡଙ୍ଗ ଭିତରେ ଫଶିଥିବା ଜଣେ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ । ଭିତରେ ସେମାନେ କି ପରିସ୍ଥିତିରେ ଅଛନ୍ତି ବୋଲି ପଚାରିଥିଲେ ।

ନୋଡାଲ ଅଧିକାରୀ ଅରଣ ମିଶ୍ରା କହିଥିଲେ,ତୁମ ପରିବାର ଲୋକେ ତୁମ ସ୍ୱର ଶୁଣିବାକୁ ଚାହୁଁଛନ୍ତି । କ’ଣ କହିବାକୁ ଚାହୁଁଛ କୁହ । ଭିତରୁ ଆବାଜ ଆସିଥିଲଳା, ଖାଇବାକୁ, ପିଇବାକୁ ମିଳୁଛି । ହେଲେ ଧୀରେ ଧୀରେ ଅବସ୍ଥା ଖରାପ ହେବାକୁ ଯାଉଛି । ଆମକୁ ଶୀଘ୍ର ବାହାରକୁ ନିଅ ।

ସୁଡଙ୍ଗରେ ଫଶିଥିବା ଅଜ୍ୟଜଣେ ଶ୍ରମିକ ମୃତ୍ୟୁଞ୍ଜୟ କୁମାର କହିଛନ୍ତି, ଏଠାରେ ଜଣେ ଶ୍ରମିକ ସୋନୁ କୁମାର କାନ୍ଦୁଛନ୍ତି । ସୋନୁ କୁମାର କହିଛନ୍ତି, ଏପରି ଶୁଖିଲା ଖାଦ୍ୟ ଖାଇ କେତେଦିନ ବଞ୍ଚି ପାରିବୁ ? ଏବେ ଶ୍ୱାସ ରୁଦ୍ଧ ହେଲା ପରି ଲାଗୁଛି । ତୁମେମାନେ ଆମକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛ ନା ଆମକୁ ମିଛ କହୁଛ ?

ନୋଡାଲ ଅଫିସର କହିଥିଲେ, ତିନୋଟି ସ୍ଥାନରେ ବଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି ।ଏକଥା ଶୁଣି ଜଣେ ଶ୍ରମିକ କହିଥିଲେ, ଆମେମାନ ଗୋଟିଏ ଗୋଟିଏ ନିଃଶ୍ୱାସ ପାଇଁ ଛଟପଟ ହେଉଛୁ । ଆମ କଥା ଟିକେ ଭାବନ୍ତୁ । ଏଠାରେ ଅବସ୍ଥା ବହୁତ ଖରାପ  । ନୋଡାଲ ଅଧିକାରୀ ସମସ୍ତଙ୍କୁ ଆଶ୍ୱାସନା ଦେଇଥିଲେ । ଖୁବ ଶୀଘ୍ର ଉଦ୍ଧାର କରାଯିବା ପାଇଁ ପ୍ରଚେଷ୍ଟା ଚାଲିଥିବା କହିଥିଲେ ।

ଏପଟେ ଶ୍ରମିକଙ୍କ ଚିନ୍ତାରେ ପରିବାର ଲୋକଙ୍କ ଅବସ୍ଥା ବି ଖରାପ ହୋଇଗଲାଣି ।

[ad_2]

Leave a Reply

Your email address will not be published. Required fields are marked *

Back to top button