ଦେଶ- ବିଦେଶ

ଦେଶର ସବୁଠାରୁ ଧନୀ ମହିଳା, ଯିଏ ଅମ୍ବାନୀ ଓ ଆଦାନୀକୁ ମଧ୍ୟ ପଛରେ ପକାଇଛନ୍ତି, ଜାଣନ୍ତୁ କିଏ ସେ – Sahana Mela

[ad_1]


ନୂଆଦିଲ୍ଲୀ: ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ପଛରେ ପକାଇ ବର୍ତ୍ତମାନ ଦେଶର ସବୁଠାରୁ ଧନୀ ମହିଳା ହେଉଛନ୍ତି ସାବିତ୍ରୀ ଜିନ୍ଦଲ। ଚଳିତବର୍ଷ ଜିନ୍ଦଲର ସମ୍ପତି ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ଅମ୍ବାନୀ-ଆଦାନୀଙ୍କ ସମେତ ଦେଶର ଅନେକ ଧନୀ ବ୍ୟବସାୟୀଙ୍କୁ ପଛରେ ପକାଇ ବର୍ତ୍ତମାନ ଆଗରେ ରହିଛି ଜିନ୍ଦଲ ।

ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ, ସାବିତ୍ରୀ ଜିନ୍ଦଲଙ୍କ ସମ୍ପତ୍ତି ଗୋଟିଏ ବର୍ଷରେ ପ୍ରାୟ ୯.୬ ବିଲିୟନ ଡ଼ଲାର ବୃଦ୍ଧି ପାଇଛି। ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତି ୨୫ ​​ବିଲିୟନ ଡଲାରରେ ପହଞ୍ଚିଛି। ସେଥିପାଇଁ ବର୍ତ୍ତମାନ ସେ ବହୁ ବଡ ବଡ ବ୍ୟବସାୟୀଙ୍କୁ ପଛରେ ପକାଇ ଚଳିତ ବର୍ଷ ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହୋଇଚନ୍ତି | ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଓପି ଜିନ୍ଦଲ ଗ୍ରୁପର ଚେୟାରମ୍ୟାନ୍। ଏହି କମ୍ପାନୀ ତାଙ୍କ ସ୍ୱାମୀ ଓମ୍ ପ୍ରକାଶ ଜିନ୍ଦଲଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଇସ୍ପାତ ଶିଳ୍ପ ଉପରେ ତାଙ୍କ କମ୍ପାନୀ JSW ଠାରୁ ଭଲ ପ୍ରଦର୍ଶନ କରିଛି |

ସେ ୱିପ୍ରୋର ଅଜିମ ପ୍ରେମଜୀଙ୍କୁ ପଛରେ ପକାଇ ପଞ୍ଚମ ସ୍ଥାନରେ ରହିଛନ୍ତି । ଅଜିମ ପ୍ରେମଜୀଙ୍କ ସମ୍ପତ୍ତି ହେଉଛି ୨୪ ବିଲିୟନ ଡଲାର | ତେବେ ଏହାରି ଭିତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୫ ବିଲିୟନ ଡ଼ଲାର ବୃଦ୍ଧି ପାଇଥିବା ବେଳେ ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ସମ୍ପତ୍ତି ୩୫.୦୪ ବିଲିୟନ ଡ଼ଲାର ହ୍ରାସ ପାଇଛି।

ଜିନ୍ଦଲଙ୍କ ପରେ, HCL ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଶିବ ନାଦର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗତ ଏକ ବର୍ଷ ମଧ୍ୟରେ ତାଙ୍କର ସମ୍ପତ୍ତି ୮ ବିଲିୟନ ଡ଼ଲାର ବୃଦ୍ଧି ପାଇଛି। ସେହିପରି DLFର କେପି ସିଂଙ୍କ ସମ୍ପତ୍ତି ୭ ବିଲିୟନ ଡଲାର ବୃଦ୍ଧି ପାଇଛି | ଆଦିତ୍ୟ ବିର୍ଲା ଗ୍ରୁପ୍ ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲା ଏବଂ ଶପୁରଜୀ ପଲୋଞ୍ଜୀ ଗ୍ରୁପର ଶାପୁର ମିସ୍ତ୍ରୀଙ୍କ ସମ୍ପତ୍ତି ୬.୫ ବିଲିୟନ ଡ଼ଲାର ବୃଦ୍ଧି ଘଟିଛି। ଏହା ବ୍ୟତୀତ ସୁନୀଲ ମିତ୍ତଲ, ସାଂସଦ ଲୋଡା, ରବି ଜୟପୁରିଆ, ଦିଲୀପ ସାଙ୍ଗଭିଙ୍କ ସମେତ ବହୁ ବ୍ୟବସାୟୀଙ୍କ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଛି।



[ad_2]

Leave a Reply

Your email address will not be published. Required fields are marked *

Back to top button