ଅପରାଧ

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ଗୁରୁତର, ଡ୍ୟାନ୍ସ ଗାର୍ଲ ହସ୍ପିଟାଲରେ ଭର୍ତ୍ତି – Sahana Mela

[ad_1]


ନବରଙ୍ଗପୁର: ଏକ ଡ୍ୟାନ୍ସ ଗ୍ରୁପ ଆସିଥିବା ଜଣେ ଡ୍ୟାନ୍ସରକୁ ଛୁରା ମାଡ଼। ନୃତ୍ୟ କଳାକାରଙ୍କୁ ଛୁରା ମାଡ଼ କରି ଚାଲିଗଲା ତା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ୟୁ.ଭି-୫୨ (UV 52) ନମ୍ବର ଗ୍ରାମରେ। ସୂଚନା ଅନୁସାରେ ଉକ୍ତ ଗ୍ରାମରେ ଚାଲିଥିବା କାଳୀ ପୂଜାରେ ନୃତ୍ୟ ପରିବେଷଣ କରିବାକୁ ପୁରୀରୁ ଆସିଥିଲେ ଜୟ ମାଁ କାଲୀ ନାମକ ଏକ ଡ୍ୟାନ୍ସ ଗ୍ରୁପ।

ଏହି ଡ୍ୟାନ୍ସଗ୍ରୁପ ଗତକାଲି (ସୋମବାର) ରାତିରେ ରାଇଘର ଅଞ୍ଚଳର ପୂଜାରେ ନୃତ୍ୟ ସରିବା ପରେ ଆଜି ଉମରକୋଟରେ ଥିବା ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପଛପଟ ଏକ ଘରେ ରହୁଥିଲେ। ଏହି ସମୟରେ ଲିପ୍ସା ନାୟକ ନାମକ ଜଣେ ଡ୍ୟାନ୍ସରକୁ ତା ପ୍ରେମିକ ରୋହିତ ସିଂ ଘର ଭିତରେ ପଶି ଲିପ୍ସାକୁ ଛୁରା ମାଡ଼ କରି ଫେରାର ହୋଇଯାଇଛି। ରୋହିତ ସିଂ ବିହାରର ବାସିନ୍ଦା ବୋଲି ଜଣାପଡିଛି। ଦୁଇ ବର୍ଷ ପୂର୍ବରୁ ସେ ଲିପ୍ସାଙ୍କୁ ଉତ୍ତର ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଦେଖିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସେବେଠାରୁ ଲିପ୍ସା ଜୁଆଡେ ଯାଆନ୍ତି ରୋହିତ ସେଠାକୁ ଯାଉଥାଏ।

ପାର୍ବଣ ପାଇଁ ପୁରୀର ୫ ଯୁବତୀ ବର୍ତ୍ତମାନ ଉମରକୋଟରେ ବିଭିନ୍ନ ସ୍ଥାନରେ ଷ୍ଟେଜ ପ୍ରୋଗ୍ରାମରେ ନୃତ୍ୟ ପରିବେଷଣ କରୁଥିଲେ। ସେମାନେ ଉମରକୋଟ ସହରସ୍ଥିତ ଏକ ଭଡା ଘରେ ରହୁଥିଲେ। ଘଟଣା ଦିନ ରୋହିତ ସିଂ ପାଚେରି ଡେଇଁ ଲିପ୍ସା ରହୁଥିବା ଘରକୁ ଯାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହେଲା ଏବଂ ରୋହିତ ନିଜ ସହ ଆଣିଥିବା ଏକ ଛୁରୀରେ ତାଙ୍କ ଶରୀରକୁ ଆଘାତ କରିଥିଲେ। ଛୁରୀ ମାଡ଼ରେ ଯୁବତୀଙ୍କୁ ଗଭୀର ଆଘାତ ହୋଇଥିବା ବେଳେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ୍‌ ଗୁରୁତର ଯୁବତୀଙ୍କ ବୟାନ ରେକର୍ଡ କରି ଯାଞ୍ଚ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଯୁବକ ଫେରାର ଥିବା ଜଣାଯାଇଛି।



[ad_2]

Leave a Reply

Your email address will not be published. Required fields are marked *

Back to top button