ଅପରାଧ
Dacoity: ଆଳିରେ ଡକାୟତି: ମୁଣ୍ଡରେ ବନ୍ଧୁକ ଓ ବେକରେ ଭୁଜାଲି ଲଗେଇ ଲୁଟି ନେଲେ ୨୫ଲକ୍ଷ ଟଙ୍କାର ଗହଣା

ଆଳି: ଘରଲୋକଙ୍କ ମୁଣ୍ଡରେ ବନ୍ଧୁକ, ବେକରେ ଭୁଜାଲି ଲଗେଇ ଲୁଟି ନେଲେ ୨୫ଲକ୍ଷ ଟଙ୍କାର ସୁନା,ରୁପା ଅଳଙ୍କାର। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଖଣ୍ଡିଆପାଟଣା ଗାଁରେ ଧନେଶ୍ୱର ରାଉତଙ୍କ ଘରୁ ଗତକାଲି ରାତି ୮ଟା ସମୟରେ ବଡ଼ ଧରଣର ଡକାୟତି ହୋଇଛି।୧୨ଜଣ ଦୁର୍ବୃତ୍ତ ଘରର ପଛ ଦ୍ୱାର ଦେଇ ଘର ଭିରକୁ ପ୍ରବେଶ କରିଥିଲେ। ପରେ ଘରଲୋକଙ୍କ ବେକରେ ଭୂଜାଲି ଓ ଖଣ୍ଡା ଲଗେଇ ସମସ୍ତଙ୍କୁ ଗୋଟିଏ କୋଠରୀରେ ପୁରାଇ ଦେଇଥିଲେ।
ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସଏହାପରେ ଘରେ ଥିବା ଗଡରେଜ ଲକର ଭାଙ୍ଗି ସୁନା, ରୁପା, ଓ ନଗଦ ୯୫ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍ ହୋଇଥିବା ସୁନା,ରୁପା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୨୫ଲକ୍ଷ ଟଙ୍କା ହେବ। ଏନେଇ ଆଳି ଥାନାକୁ ଖବର ଦିଆଯିବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।




