ଦେଶ- ବିଦେଶ

ଓମଙ୍କ ଅଡୁଆ ବଢ଼ାଇଲା ଭାଇରାଲ ଅଡିଓ, ୫ ଦିନ ତଦନ୍ତରେ NHRC ହାତରେ ଲାଗିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ

୫ ଦିନ ତଦନ୍ତରେ NHRC ହାତରେ ଲାଗିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।  ବାଲିଅନ୍ତା ମବ ଲିଞ୍ଚିଂ ମାମଲାରେ ୫ ଦିନ ଧରି ଏନଏଚଆରସି ଟିମର ତନାଘନା ତଦନ୍ତ ।  ଶେଷ ଦିନରେ ବିବାଦୀୟ ADGଙ୍କୁ ଜେରା କରିଛି NHRC ।  ଜିଆରପି କନେଷ୍ଟବଳ ସୌମ୍ୟଙ୍କ ସହ କଣ ଥିଲା ସମ୍ପର୍କ? ସୌମ୍ୟଙ୍କୁ କ୍ବାର୍ଟର୍ସକୁ ଡକାଇବା ନେଇ ଅଭିଯୋଗ ପଛର ସତ କଣ? କାହିଁକି ମୃତକଙ୍କ ପରିବାର ଏଡିଜି ମାନସିକ ଚାପ ଦେଉଥିବା ଅଭିଯୋଗ ଆଣିଥିଲେ ।  ଏପରି ଅନେକ ଦିଗକୁ ନେଇ ପଚରାଉଚରା କରିଛି ଟିମ୍ । ଜିଆରପି ଏସପି କାର୍ଯ୍ୟାଳୟରେ ତନାଘନା ତଦନ୍ତ ପରେ ଏଡିଜିଙ୍କୁ ପଚରାଉଚରା କରିଛି ଏନଏଚଆରସି ଟିମ । ସମସ୍ତଙ୍କ ବୟାନ ରେକର୍ଡ ହୋଇଛି। ଅନ୍ୟପଟେ ସାମ୍ନାକୁ ଆସିଛି ଓମ୍-ସୌମ୍ୟ ବିବାଦ ।

ଟଙ୍କା ପଇସା କାରବାରକୁ ନେଇ ବିଶ୍ୱାସହୀନତା ଓ ଜିମ୍ ବିବାଦ ହିଁ ପରବର୍ତ୍ତୀ ସମୟରେ ଷଡ଼ଯନ୍ତ୍ର ହୋଇଛି କି । ସତ୍ୟବିହାର ସ୍ଥିତ ଏକ ଜିମର ଟଙ୍କା ପଇସା ଦେଣନେଣକୁ ନେଇ ଓମ୍ ଏବଂ ସୌମ୍ୟଙ୍କ ମଧ୍ୟରେ ଗତ ନଭେମ୍ବର ମାସରୁ ତିକ୍ତତା ଚାଲିଥିଲା । ଓମ୍ ନିଜର ଆର୍ଥିକ ଅଭାବ ଦର୍ଶାଇ ଜିମ୍ ଟ୍ରେନିଂ ଛାଡି ଦେଇଥିଲେ ଏବଂ ଅନ୍ୟ କାମ କରିବାକୁ ଚାହୁଁଥିଲେ ।  ବାନ୍ଧବୀଙ୍କ କହିବା ଅନୁଯାୟୀ, ଓମ୍ ଆର୍ଥିକ ସଙ୍କଟ ଅଛି ବୋଲି କହୁଥିଲେ ମଧ୍ୟ ଦାଣ୍ଡିଆ ନାଇଟ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବହୁତ ଟଙ୍କା ପ୍ରାୟ ୬୦-୭୦ ହଜାର ଟଙ୍କା ଅଯଥା ଖର୍ଚ୍ଚ କରିଥିଲେ, ଯାହା ତାଙ୍କ ଚରିତ୍ର ପ୍ରତି ସନ୍ଦେହ ସୃଷ୍ଟି କରିଥିଲା । ଏଭଳି କିଛି ରୋଚକ ତଥ୍ୟ ଏବେ ସାମ୍ନା କୁ ଆସିଛି ।

Leave a Reply

Your email address will not be published. Required fields are marked *

Back to top button