ମନୋରଞ୍ଜନ

ଡିପଫେକ୍ ଫଟୋ ନେଇ ରାଗିଲେ ସାରା ତେନ୍ଦୁଲକର, କହିଲେ ଟକ୍ନୋଲୋଜିର କରାଯାଉଛି ଦୂରୁପଯୋଗ – Sahana Mela

[ad_1]


ନୂଆଦିଲ୍ଲୀ: ଏବେ ସମଗ୍ର ବିଶ୍ୱ ତଥା ଦେଶରେ ଡିପଫେକ ମାମଲା ଗୁରୁତର ଭାବେ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଡିପଫେକକୁ ନେଇ ଏବେ ଉଦବେଗ ପ୍ରକାଶ ପାଇଛି। ବର୍ତ୍ତମାନ କ୍ରିକେଟ କମ୍ବଦନ୍ତୀ ସଚିନଙ୍କ ଝିଅ ସାରା ତେନ୍ଦୁଲକର ଡିପଫେକର ଶିକାର ହୋଇଛନ୍ତି। ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସାରା।

ସାରା ତେନ୍ଦୁଲକର ସୋଶିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି ଏବଂ ସୁନ୍ଦର ଫଟୋ ସେୟାର କରନ୍ତି। ଯାହାକୁ ଦେଖି ପ୍ରଶଂସକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି। କିନ୍ତୁ ନିକଟରେ ସେ ଏକ ଷ୍ଟୋରୀ ସେୟାର କରିଥିଲେ, ଯେଉଁଥିରେ ସେ ନିଜର କ୍ରୋଧ ପ୍ରକାଶ କରିଥିଲେ। ବାସ୍ତବରେ, ନିକଟରେ ରଶ୍ମିକା ମନ୍ଦନା ଏବଂ କ୍ୟାଟ୍ରିନା କୈଫଙ୍କ ଡିପଫେକ ଭିଡିଓ ଭାଇରାଲ ହେବା ପରେ ଏବଂ ସାରା ତେନ୍ଦୁଲକରଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଛି। ଯାହା ଉପରେ ସେ କ୍ରୋଧ ପ୍ରକାଶ କରିଛନ୍ତି।

ତାଙ୍କ ନାମରେ ନକଲି ଆକାଉଣ୍ଟ ଏବଂ ଟକ୍ନୋଲୋଜିର ବ୍ୟବହାରରେ ତାଙ୍କ ଡିପଫେକ୍‌ ଫଟୋ ଏଡିଟ୍‌ କରି ଭାଇରାଲ କରାଯାଉଥିବା କହିଛନ୍ତି। ଏହା ଟକ୍ନୋଲୋଜିର ଦୂରୁପୋଯୋଗ। ଏଭଳି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ସାରା ତାଙ୍କ ସୋଶିଆଲ ମିଡିଆ ପୋଷ୍ଟରେ କହିଛନ୍ତି। ସାରା ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ସୋଶିଆଲ ମିଡିଆ ସମସ୍ତଙ୍କୁ ଖୁସି ଦିଏ। ଦୁଃଖ ଏବଂ ଦୈନନ୍ଦିନ କାର୍ଯ୍ୟ ସେୟାର କରିବାରେ ଏହା ଏକ ଚମତ୍କାର ମାଧ୍ୟମ। କିନ୍ତୁ ଟକ୍ନୋଲୋଜିର ଦୂରୁପଯୋଗ ଚିନ୍ତାଜନକ। କାରଣ ଏହା ଇଣ୍ଟରନେଟ୍‌ର ବିଶ୍ବସନୀୟତାକୁ ଶେଷ କରିଦେବ। ମୁଁ ନିଜର କିଛି ଡିପଫେକ୍‌ ଫଟୋ ଦେଖିଲି ଯାହା ସମ୍ପୂର୍ଣ୍ଣ ଭାବେ ନକଲି।” ଯେଉଁ ଆକାଉଣ୍ଟରୁ ସାରାଙ୍କ ଡିପଫେକ୍‌ ଫଟୋ ଭାଇରାଲ ହେଉଥିଲା ସାରା କରିଥିବା ପୋଷ୍ଟକୁ ଉକ୍ତ ଆକାଉଣ୍ଟକୁ ଟ୍ୟାଗ ମଧ୍ୟ କରିଥିବା ଦେଖିବାକୁ ମିଳିଛି।



[ad_2]

Leave a Reply

Your email address will not be published. Required fields are marked *

Back to top button