ବିଗ ବ୍ୟାଶ ଲିଗରେ ଟାୱେଲ ମାଧ୍ୟମରେ କ୍ୟାଚ ଧରିବା ନେଇ ବିବାଦ – Sahana Mela

[ad_1]
ସିଡନୀ: ଚଳିତ ମହିଳା ବିଗ ବ୍ୟାଶ ଲିଗରେ ଟାୱେଲ ମାଧ୍ୟମରେ କ୍ୟାଚ ଧରିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ମ୍ୟାଚରେ ସିଡନୀ ସିକ୍ସର୍ସ ୬ ୱିକେଟରେ ବ୍ରିସବେନ ହିଟକୁ ପରାସ୍ତ କରିଥିଲା । ବ୍ରିସବେନ ପ୍ରଥମେ ବ୍ୟାଟିଂ କରି ୧୭୬ ରନ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରିବା ଅବସରରେ ମ୍ୟାଚର ୧୦ତମ ଓଭରରେ ସିଡନର ସିକ୍ସର୍ସର ଆଶଲେ ଗାର୍ଡେନର ଲଙ୍ଗଅନକୁ ଶଟ ଖେଳି ରନ ନେଇଥିଲେ । ଫିଲ୍ଡର ରନ ଆଉଟ କରିବା ପାଇଁ ବଲ ଥ୍ରୋ କରିଥିଲେ । ଆମେଲିଆ ବଲକୁ ଟାୱେଲ ସହ ଧରିଥିଲେ । ଏହା ଦେଖି ଅମ୍ପାୟର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିପକ୍ଷ ଟିମକୁ ୫ ରନ ପେନାଲ୍ଟି ବାବଦକୁ ଦେଇଥିଲେ ।
ନିୟମ ଅନୁସାରେ ୱିକେଟକିପର ବ୍ୟତୀତ ଅନ୍ୟ କୌଣସି ଫିଲ୍ଡର ହାତରେ କିଛି ପିନ୍ଧିପାରିବେ ନାହିଁ । ଯଦି ଫିଲ୍ଡର ବଲ ଧରିବା ପାଇଁ କପଡା କିମ୍ବା ଅନ୍ୟ କୌଣସି ପଦାଥର ବ୍ୟବହାର କରିବ ତେବେ ୫ରନ ପେନାଲ୍ଟି ବାବଦକୁ ବିପକ୍ଷ ଟିମକୁ ମିଳିବ । ୧୯.୫ ଓଭରରେ ସିକ୍ସର୍ସ ଟିମ ଗାର୍ଡେନରଙ୍କ ୩୬ ଓ ଏରିନ ବର୍ଣ୍ଣସଙ୍କ ୩୫ ରନ ସହାୟତାରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।
[ad_2]