ଖେଳ ଖବର

ଟି୨୦ କ୍ୟାରିୟର ନେଇ କୋହଲି, ରୋହିତଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଲା ବିସିସିଆଇ – Sahana Mela

[ad_1]


ନୂଆଦିଲ୍ଲୀ: ଟି୨୦ ବିଶ୍ୱକପର ପୂର୍ବ ସଂସ୍କରଣରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏହା ପରେ ବିସିସିଆଇ ଚୟନ କମିଟିକୁ ଏକ ଯୁବ ଟିମ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିକଳ୍ପ ନେଇ ମଧ୍ୟ ଚିନ୍ତା କରାଯାଇଥିବା ଖବର ପ୍ରକାଶ ପାଇଥିଲା । ମାତ୍ର ଦିନିକିଆ ବିଶ୍ୱକପ କ୍ରିକେଟ ଭାରତ ଫାଇନାଲରେ ହାରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲା । ଏହା ପରେ କୋହଲି ଓ ରୋହିତଙ୍କ ପ୍ରତି ବିସିସିଆଇର ବିଶ୍ୱାସ ବଢ଼ିଛି । ରିପୋର୍ଟ ମୁତାବକ ବିସିସିଆଇ ଏବେ ସ୍ପଷ୍ଟ ଭାବେ କହିଛି ରୋହିତ ଏବଂ ବିରାଟ ସେମାନଙ୍କ ଟି୨୦ କ୍ୟାରିୟର ସମ୍ପର୍କୀୟ ନିଷ୍ପତି ନେବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନ । କୌଣସି ପ୍ରକାରର ଚାପ ତାଙ୍କ ଉପରେ ପକାଯିବ ନାହିଁ । ଟି୨୦ ବିଶ୍ୱକପ ୨୦୨୪ରେ ସେମାନେ ଖେଳିବାକୁ ଚାହିଁଲେ ବିସିସିଆଇ ସମ୍ପୂର୍ଣ୍ଣ ପ୍ରକାରର ସହଯୋଗ କରିବ ।

ବିଶ୍ୱକପ ପରେ ଏହି ଦୁଇ ସିନିୟର ଖେଳାଳି ବିଶ୍ରାମ ନେବାକୁ ଚାହିଁଛନ୍ତି । ସେଥିପାଇଁ ସେମାନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ଟିମରେ ସାମିଲ କରାଯାଇ ନାହିଁ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ଏ ସମ୍ପର୍କରେ ନିଷ୍ପତି ନେବା ପାଇଁ ବିସିସିଆଇ ଖେଳାଳିମାନଙ୍କୁ ସମୟ ଦେଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିସିସିଆଇ ଟି୨୦ର ନିୟମିତ ଅଧିନାୟକ କରିବାକୁ ଚାହୁଁଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button