ଖେଳ ଖବର

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦: ଶେଷ ବଲରେ ଛକା ମାରି ଭାରତକୁ ଜିତାଇଲେ ରିଙ୍କୁ ସିଂ – Sahana Mela

[ad_1]


ବିଶାଖାପାଟଣା: ଏଠାରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ୨ ୱିକେଟରେ ବିଜୟ ହାସଲ କରିଛି । ଶେଷ ବଲରେ ଛକା ମାରି ରିଙ୍କୁ ସିଂ ଭାରତକୁ ବିଜୟୀ କରାଇଥିଲେ । ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହେବା ପରେ ଏହି ବିଜୟ ପ୍ରଶଂସକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି କରିଛି । ତଥାପି ଶେଷ ଓଭରରେ ଭାରତ ବିଜୟ ପାଇଁ ୭ ରନ ଆବଶ୍ୟକ କରୁଥିବା ବେଳେ ଚାପଗ୍ରସ୍ତ ହୋଇ ୩ଟି ୱିକେଟ ହରାଇ ବିପଦରେ ପଡିଥିଲା । ରିଙ୍କଙ୍କ ଛକା ଯୋଗୁ ଭାରତ ମ୍ୟାଚ ଜିତି ପାରିଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଜୋଶ ଇଂଗଲିଶଙ୍କ ୧୧୦ ଓ ଷ୍ଟିଭ ସ୍ମିଥଙ୍କ ୫୨ ରନ ସହାୟତାରେ ୩ ୱିକେଟ ବିନିମୟରେ ୨୦୮ ରନ କରିଥିଲା । ଜବାବରେ ଭାରତ ୨୨ ରନରେ ୨ ଓପନରଙ୍କୁ ହରାଇଥିଲା । ମାତ୍ର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଶାନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ ।

ଈଶାନ ୩୯ ବଲରେ ୫୮ ଓ ସୁର୍ଯ୍ୟକୁମାର ୪୨ ବଲରେ ୮୦ ରନ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଭାରତ ପୁନର୍ବାର ଚାପଗ୍ରସ୍ତ ହୋଇ ନିଶ୍ଚିତ ବିଜୟ ମ୍ୟାଚକୁ ହାତଛଡା କରିବାକୁ ଯାଉଥିଲା । ରିଙ୍କୁଙ୍କ ଛକା ଭାରତୀୟ ପ୍ରଶଂସକଙ୍କୁ ପୁନର୍ବାର ଅନିଦ୍ରା ହେବାରୁ ବଂଚାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ତନଭୀର ସାଂଘା ୨ଟି ୱିକେଟ ନେଇଥିବା ବେଳେ ସିନ ଆବୋଟ୍ଟ ଓ ମାଥ୍ୟୁ ଶର୍ଟ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ ।



[ad_2]

Leave a Reply

Your email address will not be published. Required fields are marked *

Back to top button