ବର୍ଷାଙ୍କ ଆବେଦନକୁ ମଞ୍ଜୁର କଲେ ହାଇକୋର୍ଟ, ୬ରେ ଚୂଡ଼ାନ୍ତ ଶୁଣାଣି – Sahana Mela

[ad_1]
କଟକ: ଓଡ଼ିଶାର ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା । ଆଜି (ଗୁରୁବାର) ବର୍ଷାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ମାସ ୬ ତାରିଖରେ ହେବ । ପୂର୍ବରୁ ସାଂସଦ ଅନୁଭବ ମହାନ୍ତି କରିଥିବା ପିଟିସନ ଉପରେ ଗୁରୁବାର ନିଜର ପକ୍ଷ ରଖିବା ପାଇଁ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟ ପାଖରେ ସମୟ ଲୋଡ଼ିଥିଲେ । ଯାହାକୁ ଆଜି ହାଇକୋର୍ଟ ମଞ୍ଜୁରୀ ଦେଇଛନ୍ତି ।
ସୂଚନା ମୁତାବକ, ଅକ୍ଟୋବର ୧୭ ତାରିଖରେ ଅନୁଭବ ମହାନ୍ତିଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରିଥିଲେ । ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ଫ୍ୟାମିଲି କୋର୍ଟ ସାଂସଦ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ଅନୁଭବ ।
ଏହି ମାମଲା ଉପରେ ଅନେକ ଥର ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନିଜ ସହ ତାଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବା ଓ ପରିବାର ଲୋକେ ଏଥିପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ସେ କହୁଥିବାର ଦେଖିବାକୁ ମିଳିଛି ।
[ad_2]