ମନୋରଞ୍ଜନ

ହୃଦଘାତରେ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ନିଧନ – Sahana Mela

[ad_1]


ମୁମ୍ବାଇ: ବଲିଉଡର ବରିଷ୍ଠ ଫିଲ୍ମମେକର ରାଜକୁମାର କୋହଲିଙ୍କର ଶୁକ୍ରବାର ହାର୍ଟ ଆଟାକରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ଆଜି ସକାଳେ ସେ ବାଥରୁମରେ ହୃଦଘାତର ଶିକାର ହୋଇଥିଲେ ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୮ଟାରେ ସେ ବାଥରୁମ ଯାଇଥିଲେ ।  ଦୀର୍ଘ ସମୟ ଯାଏ ସେ ବାଥରୁମରୁ ବାହାରି ନ ଥିଲେ । ପୁଅ ଅରମାନ କୋହଲି ଆସି ବାଥରୁମ କବାଟ ଭାଙ୍ଗି ତାଙ୍କୁ ବାହାରକୁ ଆଣିଥିଲେ । ଡାକ୍ତରଖାନା ନେବା ପରେ ଜଣା ପଡିଥିଲା ବାଥରୁମରେ ତାଙ୍କୁ ହାର୍ଟ ଆଟାକ ଆସିଥିଲା । ତେବେ ଡାକ୍ତରଖାନା ଆସିବା ବେଳକୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ।

ମୁମ୍ବାଇର ଜୁହୁ ଇଲାକା ସ୍ଥିତ ତାଙ୍କ ବାସଭବନରେ ରାଜକୁମାର କୋହଲିଙ୍କର ପରଲୋକ ହୋଇଛି । ତାଙ୍କର ମୃତ୍ୟୁକୁ ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ରାଜକୁମାର ତାଙ୍କ ଅନେକ ସଫଳ ଫିଲ୍ମ ନିର୍ମାଣ କରିଛନ୍ତି । ନାଗିନ, ଜାନି ଦୁଷ୍ମନ, ବିବି ନୌକର କା, ବଦଲେ କି ଆଗ, ରାଜତିଲକ, ଜିନେ ନହିଁ ଦୁଗାଁ, ବିସ ସାଲ ବାଦ ପରି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାଜକୁମାର କୋହଲି । ନାଗିନ ଏବଂ ଜାନି ଦୁଷ୍ମନ ତାଙ୍କର ହିଟ ଫିଲ୍ମ ମଧ୍ୟରୁ ଦୁଇଟି ।



[ad_2]

Leave a Reply

Your email address will not be published. Required fields are marked *

Back to top button