ରାଜନୀତି

କଂଗ୍ରେସକୁ ସରକାର କରାଇ ନ ଦେବାକୁ ଏମପିରେ ବିଜେପିର ପ୍ଲାନ ‘ବି’! – Sahana Mela

[ad_1]

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ଭୋଟ ଗଣତି ସହ ଫଳାଫଳ ଆସିବାକୁ ଆଉ ମାତ୍ର ମଝିରେ ତିନି ଦିନ ବାକି ରହିଛି। ଯାହାକୁ ନେଇ ନିର୍ବାଚନ କମିଶନଙ୍କ ସମେତ ବିଭିନ୍ନ ଦଳଗୁଡିକ ପ୍ରସ୍ତୁତ ହେଉଛନ୍ତି।

ସେପଟେ ଫଳାଫଳ ଆସିବା ପରେ ସୃଷ୍ଟି ହେବାକୁ ଥିବା ସ୍ଥିତିକୁ ନେଇ ପ୍ରମୁଖ ରାଜନୈତିକ ଦଳ ଆଗୁଆ ପ୍ରସ୍ତୁତି କରିଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶରେ ବିଜେପି ନିଜର ପୂର୍ବ ପ୍ରସ୍ତୁତିକୁ ଜୋରଦାର କରିଛି।

କଂଗ୍ରେସ ନିଜ ପ୍ରାର୍ଥୀ ଓ ଏଜେଣ୍ଟ ମାନଙ୍କୁ ପ୍ରଶିକ୍ଷଣ ଦେଉଥିବା ବେଳେ ବିଜେପି ନିଜର ପ୍ଲାନ ବି କୁ ନେଇ କାର୍ଯ୍ୟ ଆରମ୍ଭ କରିଦେଇଛି। ଉଭୟ ଦଳ ମଧ୍ୟ ବହୁମତ ସହ ସରକାର ଗଢିବାକୁ ଦାବି କରୁଛନ୍ତି।

ବିଜେପି ନିଜର ପ୍ଲାନ ବି ଅନୁଯାୟୀ ବିଦ୍ରୋହୀ ଓ ନିର୍ଦଳୀୟ ପ୍ରାର୍ଥୀଙ୍କ ସହ ଆଗୁଆ ସମ୍ପର୍କ ଯୋଡିବା ଆରମ୍ଭ କରିଛି। ଯେଉଁ ମାନଙ୍କର ଜିତିବା ସମ୍ଭାବନା ରହିଛି ସେମାନଙ୍କ ସହ ବିଜେପି କଥାବାର୍ତ୍ତା ଆରମ୍ଭ କରିଥିବା କୁହାଯାଉଛି।

ବିଜେପିରୁ ଟିକେଟ ପାଇ ନ ଥିବା ବହୁ ନେତା ସ୍ୱାଧୀନ ଭାବେ ଓ ଅନ୍ୟ ଦଳକୁ ଯାଇ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସର କିଛି ବିଦ୍ରୋହୀ ନେତା ମଧ୍ୟ ନିର୍ବାଚନ ମଇଦାନକୁ ଓଲ୍ହାଇଥିଲେ।

ଭିଣ୍ଡରେ ବହୁଜନ ସମାଜବାଦୀ ପାର୍ଟି ବିଧାୟକ ସଞ୍ଜୀବ ସିଂ ବିଜେପିରେ ସାମିଲ ହୋଇଥିବା ବେଳେ ଟିକେଟ ନ ମିଳିବାରୁ ପୁଣିଥରେ ବିଏସପିର ପ୍ରାର୍ଥୀ ହୋଇଛନ୍ତି। ସତନା ସିଟରେ ବିଜେପି ନେତା ରତ୍ନାକର ଚତୁର୍ବେଦୀ ଶିବା ବିଏସପି ଟିକେଟରୁ ଲଢ଼ୁଛନ୍ତି।

ଟିକମଗଡରୁ ବିଜେପିର ପୂର୍ବତନ ବିଧାୟକ କେକେ ଶ୍ରୀବାସ୍ତବ ସ୍ୱାଧୀନ ଭାବେ ଲଢ଼ୁଛନ୍ତି। ସେହିପରି ମୁରୈନା, ବୁରହାନପୁର, ସିଦ୍ଧି , ମାଲବା ଅଞ୍ଚଳର ଧାର ଆଦି ସିଟରେ ବିଜେପିର ବହୁ ନେତା ସ୍ୱାଧୀନ ଭାବେ ମଇଦାନରେ ଲଢ଼ୁଛନ୍ତି।

ଏସବୁ ନେତାଙ୍କୁ ଦଳ ଟିକେଟ ଦେଇ ନ ଥିବାରୁ ସେମାନେ ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ଲଢୁଥିଲେ ମଧ୍ୟ ସେମାନେ ଆବଶ୍ୟକ ସ୍ଥଳେ ବିଜେପିକୁ ହିଁ ସମର୍ଥନ କରିବେ ବୋଲି କୁହାଯାଉଛି।

ଯେଉଁଥିପାଇଁ ବିଜେପିର ଶୀର୍ଷ ନେତୃତ୍ୱ ଏହି ଉଦ୍ୟମ ଆରମ୍ଭ କରିଥିବା ଆଲୋଚନା ହେଉଛି। ତେଣୁ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ସିଟ ବ୍ୟବଧାନ ଯଦି ଅଧିକ ନ ରୁହେ ତା ହେଲେ ବିଜେପି ନିଜର ପ୍ଲାନ ବି କୁ ବ୍ୟବହାର କରି ସରକାର ଗଢିବାକୁ ସବୁ ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।

[ad_2]

Leave a Reply

Your email address will not be published. Required fields are marked *

Back to top button