ଆଶ୍ଚର୍ଯ୍ୟ: ମୁଣ୍ଡ ବିନ୍ଧୁଥିଲା, ପରୀକ୍ଷା ପରେ ଜଣାପଡିଲା ମସ୍ତିଷ୍କରେ ଥିଲା ଚପଷ୍ଟିକ – Sahana Mela

[ad_1]
ହାନୋଇ: ଭିଏତନାମରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ୩୫ ବର୍ଷୀୟ ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡ ବାରମ୍ବାର ବିନ୍ଧୁଥିବା ନେଇ ଡାକ୍ତରଙ୍କ ପାଖକୁ ଆସିଥିଲେ । କୌଣସି କାରଣ ସ୍ପଷ୍ଟ ଭାବେ ଜଣା ନ ପଡିବା ଯୋଗୁ ତାଙ୍କର ସିଟି ସ୍କାନ କରାଯାଇଥିଲା । ସ୍କାନରେ ତାଙ୍କ ମସ୍ତିଷ୍କରେ ୨ଟି ଚପଷ୍ଟିକ ଥିବା ଜଣା ପଡିଥିଲା । ମୁଣ୍ଡ ଭିତରକୁ କିପରି ଏହି ଷ୍ଟିକ ଗଲା ତାହା ସମସ୍ତଙ୍କୁ ଚକିତ କରିଥିଲା । ପଚରାଉଚରା ପରେ ଜଣାପଡିଲା ଯେ, ଥରେ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କର ଜଣଙ୍କ ସହ ଝଗଡା ହୋଇଥିଲା । ସ୍ପଷ୍ଟ ଭାବେ ମନେ ପଡୁ ନ ଥିଲେ ମଧ୍ୟ ଉକ୍ତ ବ୍ୟକ୍ତି ତାଙ୍କ ଉପରେ କୌଣସି ଏକ ଲମ୍ବା ପଦାର୍ଥ ନେଇ ଆକ୍ରମଣ କରିଥିଲେ ।
ସେ ରକ୍ତାକ୍ତ ଅବସ୍ଥାରେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଡ୍ରେସିଂ କରି ଛାଡିଥିଲେ । ୫ମାସ ଧରି ଏହି ଚପଷ୍ଟିକ ତାଙ୍କ ମସ୍ତିଷ୍କରେ ଥିଲେ ମଧ୍ୟ ବିଶେଷ କ୍ଷତି କରି ନ ଥିଲା । ଏଣ୍ଡୋସ୍କୋପି ମାଧ୍ୟମରେ ଏହି ଚପଷ୍ଟିକ ବାହାର କରାଯାଇଥିଲା । ପରେ ଫିଷ୍ଟୁଲାକୁ ମାଇକ୍ରୋସର୍ଜରୀ କରି ବନ୍ଦ କରି ଦିଆଯାଇଛି । ଚିକିତ୍ସା ପରେ ସମ୍ପୃକ୍ତ ବ୍ୟକ୍ତି ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି ।
[ad_2]