କାମବାଲି-କଳା କାରସାଦି-କଳାକନା: ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ଯ – Sahana Mela

[ad_1]
ଭୁବନେଶ୍ୱର: ଘରେ କଳାକନା ବୁଲାଇଲା କାମବାଲି। ଆଲମିରାରୁ ଲକ୍ଷେ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ। ଝାରପଡ଼ା ଜଗନ୍ନାଥ ନଗର ରୋଡ୍ରେ କାମବାଲିର ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଲେ ମାଲିକ। ସିସିଟିଭିରେ ଚୋରି ଦୃଶ୍ୟ କଏଦ ହେବା ପରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି।
ସୂତ୍ରରୁ ପ୍ରକାଶ ଯେ ଜଗନ୍ନାଥ ନଗର ଅଞ୍ଚଳର ବିଭୁ ପ୍ରସାଦ ମହାପାତ୍ରତାଙ୍କ ଘରେ ମାମି ପାତ୍ର ନାମକ ଜଣେ ମହିଳାଙ୍କୁ ମାସିକ ୪୦୦୦ ଟଙ୍କା ପାରିଶ୍ରମିକରେ ନିୟୋଜିତ କରିଥିଲେ। ସେ ଗତ ଫେବୃଆରୀ ମାସରୁ ବିଭୁ ପ୍ରସାଦ ମହାପାତ୍ରଙ୍କ ଘରେ କାମ କରି ଆସୁଥିଲେ। ବିଭୁ ପ୍ରସାଦଙ୍କର ଘର ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ସେ ତାଙ୍କ ଘରେ ନଗଦ ଟଙ୍କା ରଖୁଥିଲେ। କାମବାଲି ମାମି ପାତ୍ର ଏକଥା ଭଲ ଭାବେ ଜାଣିଥିଲେ। ତେଣୁ ସମୟ ଓ ସୁଯୋଗ ଦେଖି ସେ ବେଡ୍ ରୁମ୍ର ଆଲମିରାରୁ ଟଙ୍କା ନେଉଥିଲେ।
ଗୋଟିଏ ଦିନରେ ଲକ୍ଷ ଲକ୍ଷ ଟଙ୍କା ନଗଦ ନିଖୋଜ ଥିବା ଜାଣିପାରି ବିଭୁ ପ୍ରସାଦ ସିସିଟିଭି ଯାଞ୍ଚ କରିଥିଲେ। କାମବାଲି ଜଣକ ଆଲମାରୀରୁ ନଗଦ ଚୋରି କରୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା। ଏହି ଚୋରି ସମ୍ପର୍କରେ ଲକ୍ଷ୍ମୀସାଗର ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେବେ ଏହି ଘଟଣା ପରେ କାମବାଲି ଫେରାର ହୋଇଥିଲା। ପୋଲିସ କାମବାଲି ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
[ad_2]




