ଅପରାଧ

ଗିରଫ ହେଲେ କୋଟିପତି ଯନ୍ତ୍ରୀ, ରେଡ୍‌ରୁ ମିଳିଲା ଆୟଠାରୁ ୩୩୬ ପ୍ରତିଶତ ସମ୍ପତ୍ତି – Sahana Mela

[ad_1]


ଭୁବନେଶ୍ୱର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଗିରଫ ହେଲେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷକ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ବୁଧବାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଅଧୀକ୍ଷକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ଏହି ରେଡ୍‌ରେ ବିଶ୍ବବନ୍ଧୁଙ୍କ ସମ୍ପତ୍ତି ଆୟଠାରୁ ୩୩୮ ପ୍ରତିଶତ ସମ୍ପତ୍ତି ମିଳିଥିଲା। ଏନେଇ ସୂଚନା ଦେଲେ ଭିଜିଲାନ୍ସ ଏସ ପି ଏମ୍ ରାଧାକ୍ରିଷ୍ଣ।

ସୂଚନା ଅନୁସାରେ, ଭିଜିଲାନ୍ସ ବିଶ୍ବବନ୍ଧୁଙ୍କ ଭିଏସ୍ଏସ ନଗରରେ ଥିବା ଦୁଇ ମହଲା ବିଲ୍ଡିଂ GL ୭୩ ପ୍ଲଟ ନମ୍ବର ୯୫୦୫, ରୁଦ୍ରପୁର ଆସୋଟେକ ପ୍ରାଇଡ଼ରେ ଥିବା 3-ବିଏଚକେ ଫ୍ଲାଟ, ଭଦ୍ରକ ମଠ ସାହିରେ ଥିବା ବିଲ୍ଡିଂ, ଭଦ୍ରକ ତୋରଣପଡାସ୍ଥିତ ପୈତୃକ ଘର ଓ ଭିଏସ୍ଏସ ନଗର ସ୍ଥିତ ସମ୍ପର୍କୀୟଙ୍କ ଘର, ବ୍ୟାଙ୍କ ଏବଂ ପୋଷ୍ଟ ଆକାଉଣ୍ଟରେ ଜମା ଥିବା ୪.୦୨ କୋଟି ଟଙ୍କା, ନଗଦ ୩,୧୮,୦୦୦ ଟଙ୍କା, ୨୬୯ ଗ୍ରାମ ସୁନା ସହିତ ପ୍ରାୟ ୪୨୧ ଗ୍ରାମ ଓଜନ ବିଶିଷ୍ଟ ସୁନା ଅଳଙ୍କାର, ଗୋଟିଏ ଚାରି ଚକିଆ ଯାନ, ଚୋରୋଟି ଦୁଇ ଚକିଆ ଯାନ ଏବଂ ୧୭ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ସାମଗ୍ରୀ, ଉନ୍ନତି ଭବନରେ ଥିବା EICଙ୍କ ଅଫିସରେ ରେଡ୍‌ କରିଥିଲା। ଏହି ରେଡ୍‌ରେ ୭ DSPଙ୍କ ନେତୃତ୍ୱରେ ୫ ଇନ୍ସପେକ୍ଟର, ୮ ଏଏସଆଇ ଚଢ଼ଉରେ ସାମିଲ ହୋଇଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button