ମାଆର ଶବକୁ ବର୍ଷେ ଲୁଚାଇ ରଖିଥିଲେ ଦୁଇ ଭଉଣୀ – Sahana Mela

[ad_1]
ବାରାଣାସୀ: ମଦରୱାରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ପତିଙ୍କ ସହ ବିବାଦ ହେବା ପରେ ରାମକୃଷ୍ଣ ପାଣ୍ଡଙ୍କ ଝିଅ ନିଜର ୨ କନ୍ୟା ସହ ବାପଘରେ ରହୁଥିଲେ । ତାଙ୍କ ମୃତ୍ୟୁ ୮ ଡିସେମ୍ବର ୨୦୨୨ରେ ହୋଇଥିଲା । ଏହା ପରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା କରିବା ପରିବର୍ତେ ତାଙ୍କର ଦୁଇ ଝିଅ ଘରେ ମାଆଙ୍କ ଶବକୁ ଲୁଚାଇ ରଖିଥିଲେ । ଶବ ନଷ୍ଟ ହୋଇଯିବା ସତ୍ୱେ ସେମାନେ ଏହାକୁ ନିଜ ହାତରେ ସଫା କରୁଥିଲେ । ଅତ୍ୟଧିକ ଦୁର୍ଗନ୍ଧ ହେଲେ ଛାତ ଉପରେ ଯାଇ ଖାଉଥିଲେ । ଦୁଇ ଝିଅଙ୍କ ବୟସ ଯଥାକ୍ରମେ ୨୭ ଓ ୧୮ ବର୍ଷ ।
ରାମକୃଷ୍ଣଙ୍କ ବଡ ଝିଅ ମିର୍ଜାପୁରରେ ବିବାହ କରିଥିଲେ । ସେମାନେ ଅନେକ ଥର ଘରକୁ ଆସି ମାଆଙ୍କୁ ଦେଖା କରିବା ପାଇଁ ଚାହିଁଥିଲେ ମଧ୍ୟ ଝିଅମାନେ ବିଭିନ୍ନ ଆଳ ଦେଖାଇ ଏହାକୁ ରୋକି ଦେଉଥିଲେ । ଶେଷଥର ସେମାନେ ବାଧ୍ୟ ହୋଇ ପୋଲିସର ସାହାଯ୍ୟ ନେଇଥିଲେ । ୩ଟି ଘରର ତାଲା ଭାଙ୍ଗିବା ପରେ ଶବକୁ ଉଦ୍ଧାର କରାଯାଇଥିଲା । ସେମାନେ କମ୍ବଳ, କନ୍ଥା ଓ ମଶିଣାରେ ଏହାକୁ ବାନ୍ଧି ଲୁଚାଇ ରଖିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅର୍ଥ ଅଭାବରୁ ସେମାନେ ଅନ୍ତ୍ୟେଷ୍ଟି କ୍ରିୟା କରି ନ ଥିବା ପୋଲିସ ପାଖରେ କହିଛନ୍ତି ।
[ad_2]