ରାଜ୍ୟ

ଚିକିତ୍ସିତ ଅବସ୍ଥାରେ ଉଦ୍ଧାର ହୋଇଥିବା ଅର୍ଧଦଗ୍ଧ ଯୁବକଙ୍କ ମୃତ୍ୟୁ – Sahana Mela

[ad_1]

ଚୌଦ୍ୱାର : ଶ୍ମଶାନ ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକଙ୍କ ମୃତ୍ୟୁ I ଗତକାଲି କଟକ ବିରାଟଗାଦି ନିକଟ ଜଣେ ଯୁବକଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୁତ୍ତ I ଯୁବକ ଜଣଙ୍କ ନିଆଁରେ ପୋଡି ହୋଇ ଛଟପଟ ହେଉଥିବା ବେଳେ ତାଙ୍କୁ କିଛି ସ୍ଥାନୀୟ ଲୋକ ଦେଖିଥିଲେ I ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଚୌଦ୍ବାର ପୋଲିସ ପାଟ୍ରୋଲିଂ କରୁଥିବାବେଳେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲା I ଚିକିତ୍ସା ପାଇଁ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଥିଲା । ହେଲେ ଆଜି ସକାଳେ ଏସ ସି ବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଯୁବକ ଜଣକ ନିଆଳି ଗୋବିନ୍ଦପୁର ଅଞ୍ଚଳର ନିଶ୍ଚଳ ରଂଜନ ମହାପାତ୍ର । ସେ ନିଶାସେବନ କରନ୍ତି,ଗତକାଲି ଘରେଥିଲେ,କିଛି ବ୍ୟକ୍ତି ତାଙ୍କୁ ଡାକି ସାଙ୍ଗରେ ନେଇଥିବା ପରିବାରବର୍ଗ କହିଛନ୍ତି।

ଚୌଦ୍ୱାର ପୋଲିସ ଘଟଣାକୁ ଗୁରୁତର ସହ ନେଇ ଶବ ବ୍ୟବଚ୍ଛେଦ କରାଇବା ସହ ଘଟଣାର ଅନ୍ୟକାହାରି ସମ୍ପୃକ୍ତିନେଇ ତଦନ୍ତ ଜାରି ରଖିଛି I

Banner 728 x 90 – Inline

[ad_2]

Leave a Reply

Your email address will not be published. Required fields are marked *

Back to top button