ଖେଳ ଖବର

ଜାତୀୟ ସବ ଜୁନିୟର କିରୋଗୀ, ପୁମସୀ ଏବଂ କ୍ୟାଡେଟ ପ୍ରତିଯୋଗିତା: ପୁମସିରେ ଓଡିଶା ଚାମ୍ପିୟନ – Sahana Mela

[ad_1]

ଡେରାଡୁନ: ଏଠାରେ ୩୭ତମ ଜାତୀୟ ସବ ଜୁନିୟର କିରୋଗୀ, ୧୧ତମ ପୁମସି ଓ ୬ଷ୍ଠ ତମ କ୍ୟାଡେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୁମସି ଇଭେଂଟରେ ଓଡିଶା ଓଭରାଲ ୧୮ ସ୍ୱର୍ଣ୍ଣ ଓ ୨ ରୌପ୍ୟ ଜିତି ଚାମ୍ପିୟନ ହୋଇଛି । ସେହିପରି କିରୋଗୀରେ ୬ଟି ରୌପ୍ୟ ଓ ୧୪ କାଂସ୍ୟ ପଦକ ସହ ଓଡିଶା ରନର୍ସଅପରେ ଅଭିଯାନ ଶେଷ କରିଛି । ୪୦ ବର୍ଷ ପରେ ଓଡିଶା ଜାତୀୟସ୍ତର ଟାଏକୋଣ୍ଡୋ ଇଭେଂଟରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ପୁମସିରେ  ଅଦମ୍ୟ ଅରିଜିତ ରୟ, ଆର.ସିଦ୍ଧାର୍ଥ ରେଡି, ଲଷ୍ମୀପ୍ରିୟା ମୁଣ୍ଡା, ଆଗ୍ନେୟ କୁମାର ପୃଷ୍ଟି, ଆୟୁଷ କୁମାର ପୃଷ୍ଟି, ଡି.ଅର୍ପିତା ରେଡି, ଦିବ୍ୟା ସାହୁ, ଅନ୍ଵେଷା ସାହୁ, ଦିବ୍ୟଂଶୀ ବେହେରା, ସ୍ୱାଗତ ମିର୍ଧା, ଅପର୍ଣ୍ଣା ସାହୁ, ପ୍ରିୟାଂଶୁ ସ୍ୱାଇଁ, ଅସ୍ମିତ କୁମାର ସାହୁ, ସୁଭାଶିଷ ମହିଷାଲ, ବୋମାଲୀ ଜହ୍ନବି, ସୁଶ୍ରୀ ସାମନ୍ତରା, ଶ୍ରୀୟା ମହାନ୍ତି  ସ୍ୱର୍ଣ୍ଣ  ହାସଲ କରିଥିବା ବେଳେ ଅପର୍ଣ୍ଣା ସାହୁ, ଦିବ୍ୟା ସାହୁ ରୌପ୍ୟ ପଦକ  ଜିତିଛନ୍ତି ।

କିରୋଗୀ ଇଭେଣ୍ଟରେ  ସତ୍ୟ ରଞ୍ଜନ ଜେନା, ସ୍ଵୟାନ ପ୍ରଜ୍ଞା ଦାସ, ପିୟା ବେହେରା, ସ୍ମାରକ ଶର୍ମା, ଜ୍ୟୋତି ପ୍ରକାଶ ମଲ୍ଲିକ,ବୋମାଲୀ ଜାନଭି ରୌପ୍ୟ ହାସଲ କରିଥିବା ବେଳେ ଆୟୁଷ କୁମାର ଗୌଡୁ, ଓମ ପ୍ରକାଶ ସେଠ, ଚନ୍ଦନ ନାୟକ, ଆୟୁଷ କୁମାର ପୃଷ୍ଟି, ଆଇସା ବେହେରା, ପାୟଲ ଧୂରୁଆ, ସାଇ ସଂପ୍ରୀତି ପ୍ରଧାନ, ଡି. ଅର୍ପିତା ରେଡି, ଲଷ୍ମୀପ୍ରିୟା ମୁଣ୍ଡା,ଶୁଭମ ମହାପାତ୍ର, ଅପର୍ଣ୍ଣା ସାହୁ, ଓମଶ୍ରିତା ରଥ, ଶ୍ର‌୍ୟୋଶ୍ରୀ ପ୍ରେ୍ୱିକତା, ଜାତବେଦ ତ୍ରିପାଠୀ କାଂସ୍ୟ ପଦକ  ଜିତିଛନ୍ତି । ଖେଳାଳିଙ୍କ ଉନ୍ନତ ପ୍ରତିଭା ଯୋଗୁ ଜାତୀୟ ପ୍ରତିଯୋଗୀତାରେ ସୁନାମ ଅର୍ଜନ କରି ରାଜ୍ୟ ର ଗର୍ବ ଆଉ କୌରବ ଆଣିବା ପାଇଁ ଓଡ଼ିଆ ଟାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।

[ad_2]

Leave a Reply

Your email address will not be published. Required fields are marked *

Back to top button