ରାଜନୀତି

କଂଗ୍ରେସରେ ଯୋଗଦେଲେ ଡାକ୍ତର ଶରତ ମିଶ୍ର – Sahana Mela

[ad_1]


ଭୁବନେଶ୍ୱର: ବିଶିଷ୍ଠ ଅସ୍ଥିଶଲ୍ୟ ଚିକିତ୍ସକ ଡାକ୍ତର ଶରତ ମିଶ୍ର କଂଗ୍ରେସ ଦଳରେ ପୁନଃ ଯୋଗଦାନ କରିଛନ୍ତି । ଏହି ଅବସରରେ ଆଜି କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଡାକ୍ତର ମିଶ୍ରଙ୍କୁ ସ୍ୱାଗତ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଡାକ୍ତର ମିଶ୍ରଙ୍କ ଯୋଗଦାନ ଦଳର ସଂଗଠନକୁ ଆହୁରି ମଜବୁତ କରିବ । ନିଜ ବକ୍ତବ୍ୟରେ ଡାକ୍ତର ମିଶ୍ର କହିଲେ ଯେ, ମୁଁ ସର୍ବଦା କଂଗ୍ରେସର ନୀତି ଆଦର୍ଶକୁ ଭଲପାଏ । ସେଥିପାଇଁ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୫ ବର୍ଷ ଚାକିରୀ ଥାଇ ସରକାରୀ ଚାକିରୀରୁ ଅବସର ଗ୍ରହଣ କରି କଂଗ୍ରେସ ଦଳରେ ଯୋଗଦେଇଥିଲି । ଦଳର ବିଭିନ୍ନ ପଦପଦବୀରେ ମୁଁ କାର୍ଯ୍ୟ କରିଛି ।

ବିଶେଷ କରି ପ୍ରଦେଶ କଂଗ୍ରେସ କମିଟିର ଡାକ୍ତର ସେଲର ଅଧ୍ୟକ୍ଷ ଭାବରେ ମୁଁ ନିଷ୍ଠାର ସହ କାର୍ଯ୍ୟ କରିଛି । ବିଜେଡ଼ି ଦଳରେ ମୁଁ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ ମଧ୍ୟ କଂଗ୍ରେସ ଦଳ ପ୍ରତି ଥିବା ମୋର ଦୁର୍ବଳତା ଓ ଭଲପାଇବା ଯୋଗୁଁ ମୁଁ ବିଜେଡ଼ି ଦଳ ତ୍ୟାଗକରି ମୋର ପୁରୁଣା ଘରକୁ ଫେରିଆସିଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ଇସ୍ତାହାର କମିଟିର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ, ତରୁଣ ମିଶ୍ର, ରଜନୀ ମହାନ୍ତି, ଦୀପକ କୁମାର ମହାପାତ୍ର, ପ୍ରଭାତ ପ୍ରତାପ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।



[ad_2]

Leave a Reply

Your email address will not be published. Required fields are marked *

Back to top button