ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପ୍ରସଙ୍ଗ,ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ – Sahana Mela
[ad_1]
ପୁରୀ : ଶ୍ରୀ ମନ୍ଦିର ୪ ଦ୍ୱାରା ଖୋଲିବା ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ I ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ଟଙ୍କା ଠାରୁ ଦୂରତା ରକ୍ଷା କରୁଛନ୍ତି । କୌଣସି କଥାରେ ମୋତେ ପଚାରୁଛନ୍ତି ନା କୌଣସି ପରାମର୍ଶ ନେଉଛନ୍ତି। ମୁଁ ବି ଆଜି ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ପାଇଁ ଅଲୋଡ଼ା ହୋଇଯାଇଛି । ଯେ କୌଣସି କଥା ମୋତେ ପଚାରିବାକୁ ତଥା ପରାମର୍ଶ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଛି,ତଥାପି ମୋତେ କେହି ପଛରୁ ନାହାନ୍ତି I ଗୁଜରାଟ ସୁରତର ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମନ୍ଦିର ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ।
ପୂର୍ବରୁ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ଓ ପରିଚାଳନା କମିଟିକୁ ଜଗତଗୁରୁ ଟାର୍ଗେଟ କରିଥିବା ବେଳେ ଏଥର ମଧ୍ୟ ସେମାନେ ସଦାସର୍ବଦା ତାଙ୍କୁ ଅଣଦେଖା କରୁଥିବା କଥା କହିଛନ୍ତି । ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗ ଉପରେ ମଧ୍ୟ ଜଗତଗୁରୁ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦକ୍ଷିଣଦ୍ୱାର କେବଳ ତାଙ୍କ ପାଇଁ ଖୋଲା ହେବାକଥା ଜଗତଗୁରୁ କହିଥିବା ବେଳେ ସେ ଏବେ ଅଲୋଡା ହୋଇପଡିଛନ୍ତି ଓ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ତାଙ୍କଠାରୁ ଦୂରତା ଅବଲମ୍ବନ କରୁଥିବା କଥା ସେ କହିଛନ୍ତି । ସେପଟେ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭକୁ ଯଥାର୍ଥ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର । ପରିକ୍ରମା ପ୍ରକଳ୍ପ ବିଷୟରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଯାଇନଥିବାରୁ ଓ କୌଣସି ଆଲୋଚନା କରାଯାଇନଥିବାରୁ ତୁରନ୍ତ ତାଙ୍କ ସହ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବା ଆବଶ୍ୟକ ବୋଲି ବିନାୟକ ଦାସ ମହାପାତ୍ର ମତ ରଖିଛନ୍ତି ।
[ad_2]