ରାଜନୀତି

‘ଧର୍ମକୁ ଆଖି ଠାର ପରି ଫସଲ କ୍ଷୟକ୍ଷତିର ଆକଳନ କରାନଯାଉ’ – Sahana Mela

[ad_1]


ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ମିଗଜୋମ’ ପ୍ରଭାବରେ ଦକ୍ଷଣି ଓଡ଼ିଶା ସମେତ ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକରେ ଧାନ, କପା ଓ ଅନ୍ୟାନ୍ୟ ପନିପରିବା ଫସଲ ବିପୁଳ ଭାବରେ ପ୍ରଭାବିତ ହୋଇଛି । ବର୍ଷା ଓ ବାତ୍ୟା ପୂର୍ବରୁ ସରକାର କେବଳ ଚାଷୀଙ୍କୁ ସତର୍କତା ସୂଚନା ଆଦେଶାବଳୀ ଜାରି କରିବା ଛଡ଼ା ଫସଲ ସୁରକ୍ଷା ପାଇଁ କୌଣସି ଜରୁରୀକାଳୀନ ସହାୟତା ଯୋଗାଇ ନଦେବା ଫଳରେ ଫସଲର ପ୍ରଭୃତ କ୍ଷୟକ୍ଷତି ଘଟିଛି । ଏଭଳି ଅଭିଯୋଗ ଆଣି ଆଜି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ସରକାରଙ୍କୁ ସର୍ତକ କରିବା ସହିତ ତୁରନ୍ତ ପ୍ରତି କ୍ଷେତ୍ରସ୍ତରରୁ ଚାଷୀଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ କହିଛନ୍ତି ।

ପ୍ରତି ଏକର ପିଛା ୨୫ ହଜାର ଟଙ୍କା କ୍ଷତିପୂରଣ ସହାୟତା, ସଂପୂର୍ଣ୍ଣ କୃଷି ଋଣ ଛାଡ଼, ପ୍ରଚଳିତ କୃଷି ଇନପୁଟର ସବସିଡର ଦେଢ଼ ଗୁଣା ବୃଦ୍ଧି, ପନିପରିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ଶତପ୍ରତିଶତ ସହାୟତା ଓ ଚଳିତ ରବି ଚାଷ ପାଇଁ ମାଗଣାରେ ଆଳୁ, ପିଆଜ, ତୈଳବୀଜ ଓ ଡାଲିଜାତୀୟ ବିହନ ୭୦ ପ୍ରତିଶତ ରିହାତିରେ ଯୋଗାଇ ଦେବାକୁ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ପାଖରେ ଦୃଢ଼ ଦାବି କରିଛନ୍ତି ।

ସରକାର ଧର୍ମକୁ ଆଖିଠାର ପରି ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ଆସନ୍ତା ୧୨ ତାରିଖ ସୁଦ୍ଧା ଆକଳନ କରିବାପରେ ଯେଉଁ କୃଷି ଇନପୁଟ ସହାୟତା ଦେବେ ତାହା ସମୁଦ୍ରକୁ ଶଙ୍ଖେ ଓ ଚାଷୀର ତତ୍‌କ୍ଷଣାତ କ୍ଷତି ଭରଣାରେ ଏହା ସହାୟକ ହୋଇପାରିବ ନାହିଁ । ତେଣୁ ସ୍ଥିତି ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରି ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ତଥା ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ପଟ୍ଟନାୟକ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button