ଦେଶ- ବିଦେଶ

କାନାଡାରେ ହିନ୍ଦୀ ଫିଲ୍ମ ପ୍ରଦର୍ଶିତ ବେଳେ ବିଷାକ୍ତ ଗ୍ୟାସ୍ ସ୍ପ୍ରେ କଲେ ଦୁର୍ବୃତ୍ତ – Sahana Mela

[ad_1]


ନୂଆଦିଲ୍ଲୀ: କାନାଡାରେ ଭାରତୀୟ ସିନେମା ପ୍ରଦର୍ଶିତ ହେଉଥିବା ବେଳେ ଅଘଟଣ। କିଛି ଦୁର୍ବୃତ୍ତ ମୁହଁରେ ମାସ୍କ ଲଗାଇ ସିନେମା ହଲରେ ସ୍ପ୍ରେ କଲେ ବିଷାକ୍ତ ଗ୍ୟାସ୍। ଗ୍ରେଟର ଟରଣ୍ଟୋରେ ଥିବା ୩ଟି ସିନେମା ହଲରେ କିଛି ଦୁର୍ବୃତ୍ତ ହଠାତ୍ ପଶିଯାଇ ଗ୍ୟାସ୍ ସ୍ପ୍ରେ କରିଥିଲେ। ପୋଲିସ ପହଞ୍ଚି ଦର୍ଶକଙ୍କୁ ଉଦ୍ଧାର କରିବା ସହ ଅସୁସ୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି।

ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ସିନେ କଂପ୍ଲେକ୍ସରେ ହିନ୍ଦୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିଲା । ଦୁଇ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ହଲରେ ପଶିଥିଲେ । ପରେ ସେମାନେ ଆର୍ସେନଲ ମିଶ୍ରିତ ବିଷାକ୍ତ ଗ୍ୟାସ ସ୍ପ୍ରେ କରିଥିଲେ । ସେତେବେଳେ ହଲରେ ୨୦୦ରୁ ଅଧିକ ଦର୍ଶକ ଥିବା ସୂଚନା ମିଳିଛି। ଏହିପରି ଭବରେ ୩ଟି ସିନେମା ହଲରେ ୩ ଘଣ୍ଟାରୁ କମ ସମୟରେ ଏହି ଘଟଣା ଘଟିଥିଲା । ତେଣୁ ଏହି ୩ଟି ପୃଥକ ଘଟଣାର ପରସ୍ପର ସହ ସଂପର୍କ ଥିବା ନେଇ ପୋଲିସ ଅନୁମାନ କରୁଛି ।

ପୋଲିସ କହିବା ଅନୁସାରେ, ମଙ୍ଗଳବାର ରାତିରେ ଏକ ସିନେମା ହଲରେ ଦୁର୍ବୃତ୍ତ ଗ୍ୟାସ ସ୍ପ୍ରେ କରିଥିବା ନେଇ ଖବର ମଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିନେମା ହଲକୁ ଖାଲି କରିବା ସହ ଅସୁସ୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ଜଣାପଡିଛି। ତେବେ ଏହି ଘଟଣାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।



[ad_2]

Leave a Reply

Your email address will not be published. Required fields are marked *

Back to top button