ମନୋରଞ୍ଜନ

ଭାଗ୍ୟ ବଦଳାଇଦେଲା ବୋଲ୍ଡ ସିନ୍…. – Sahana Mela

[ad_1]


ମୁମ୍ବାଇ : ରଣବୀର କପୁରଙ୍କ ଆକ୍ସନ ଡ୍ରାମା ଫିଲ୍ମ ଆନିମଲ୍  । ଯାହା ବକ୍ସ ଅଫିସରେ ବେଶ୍ ଧମାକା କରୁଛି । ୧୦ ଦିନରେ ୭୧୭ କୋଟିରୁ ଉର୍ଦ୍ଧ୍ବ ରୋଜଗାର କରିସାରିଲାଣି ।  ଚଳଚିତ୍ର ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ଫ୍ୟାନ୍ସ ମାନେ ବେଶ୍ ପ୍ରଶଂସା କରୁଛନ୍ତି । କିନ୍ତୁ ଏବେ ଭାରତୀୟ ଯୁବପୀଢିଙ୍କ ପାଇଁ ନ୍ୟାସନାଲ କ୍ରସ ପାଲଟିଛନ୍ତି ଜଣେ ଅଭିନେତ୍ରୀ  । ହଁ ଆଜ୍ଞା ଆମେ କହୁଛୁ  ‘ଭାବି ନମ୍ବର-୨’ ଚରିତ୍ରରେ ନଜର ଆସିଥିବା ‘ତୃପ୍ତି ଡିମରି’ ଙ୍କ କଥା  ।

ତୃପ୍ତି ଡିମରିଙ୍କ କାର୍ଯ୍ୟ ଦର୍ଶକଙ୍କ ମନ ଛୁଇଁଛି । ରଣବୀରଙ୍କ ସହ ବୋଲ୍ଡ ସିନ୍ ଦେଇ ତୃପ୍ତି ଲାଇମ୍ ଲାଇଟ୍ କୁ ଆସିଛନ୍ତି ।  ଏହି ଛୋଟ ଭୂମିକା ତୃପ୍ତିଙ୍କ ଭାଗ୍ୟ ବଦଳାଇଦେଇଛି । ୨୯ ବର୍ଷୀୟ ତୃପ୍ତି ହେଉଛନ୍ତି ସବୁଠାରୁ ଲୋକପ୍ରିୟ ଭାରତୀୟ ସେଲିବ୍ରିଟି । ନିକଟରେ ଏକ ସାକ୍ଷାତକାରରେ ତୃପ୍ତି ଏହି ସିନ୍ କୁ ନେଇ କହିଛନ୍ତି ଯେ ଏହି ପ୍ରୋଜେକ୍ଟରେ ସାଇନ କରିବାବେଳେ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ମୋତେ କହିଥିଲେ ଯେ ”ଏକ ଦୃଶ୍ୟ ଅଛି ଏବଂ ମୁଁ ଏହାକୁ ଏହିପରି ସୁଟିଂ କରିବାକୁ ଚାହୁଁଛି, କିନ୍ତୁ ମୁଁ ଏହାକୁ ଅତି ସୁନ୍ଦର ଭାବରେ କରିବି।

ଯେତେବେଳେ ”ମୁଁ ସ୍କ୍ରିପ୍ଟ ଦେଖିଲି, ମୁଁ ଅନୁଭବ କଲି, ଏହା ଦୁଇଟି ଚରିତ୍ର ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ  । ଏବଂ ତେଣୁ ମୁଁ ଏହି ସିନ ପାଇଁ ରାଜି ହୋଇଥିଲି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ବର୍ତ୍ତମାନ ୨.୭ ମିଲିୟନ ଫଲୋଅର୍ସ ଅଛନ୍ତି । ଗତ ଚାରି ସପ୍ତାହ ମଧ୍ୟରେ ତୃପ୍ତି ଡିମରିଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସଙ୍କ ସଂଖ୍ୟା ୩୨୦ ପ୍ରତିଶତ ବୃଦ୍ଧି ପାଇଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button